Travelling: ରାସନ ଓ ଭତ୍ତା ପାଇଁ ଯାଉଛନ୍ତି ୧୧ କିମି ଦୂର: ମୌଳିକ ସୁବିଧାରୁ ବଞ୍ଚିତ ଗଣେଶ୍ବରପୁର
ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଅଧୀନସ୍ଥ ବନ୍ଧାଭୂଇଁ ପଞ୍ଚାୟତର ଗଣେଶ୍ବରପୁର ଗାଁ। ଏହି ଗାଁକୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଅପହଞ୍ଚ। ବର୍ଷ ବର୍ଷ ଧରି ଗାଁର ଲୋକେ ନାନା ସମସ୍ୟା ସହ ଯୁଝୁଛନ୍ତି।

ପାଳଲହଡ଼ା: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଅଧୀନସ୍ଥ ବନ୍ଧାଭୂଇଁ ପଞ୍ଚାୟତର ଗଣେଶ୍ବରପୁର ଗାଁ। ଏହି ଗାଁକୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଅପହଞ୍ଚ। ବର୍ଷ ବର୍ଷ ଧରି ଗାଁର ଲୋକେ ନାନା ସମସ୍ୟା ସହ ଯୁଝୁଛନ୍ତି। ଏହା ମଧ୍ୟରେ ଅନେକ ଥର ନିର୍ବାଚନ ହୋଇଛି, ସରକାର ବଦଳିଛି, ନେତା ବି ବଦଳିଛନ୍ତି। ହେଲେ, ଏମାନଙ୍କ ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇନି। ନିର୍ବାଚନ ବେଳେ ନେତା ଗାଁକୁ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି। ହେଲେ ପରେ ଭୁଲିଯାଆନ୍ତି ବୋଲି ଗ୍ରାମବାସୀ କ୍ଷୋଭର ସହିତ କହିଛନ୍ତି।
ଗଣେଶ୍ବରପୁର ଗାଁରେ ୨୦୦ ଲୋକ ରହୁଛନ୍ତି। ଗାଁକୁ ଯିବାକୁ ସିଧା ରାସ୍ତା ନାହିଁ। ଗାଁର ଜଣେ କଲେଜ ପଢ଼ୁଆ ଯୁବକ ମୁନା ଅପଟ୍ କହିଛନ୍ତି, ପାଳଲହଡ଼ା ସଦର ମହକୁମାରୁ ୨୫ କିମି ଦୂର ତଥା ପଞ୍ଚାୟତ ସଦରମହକୁମାରୁ ୧୧ କିମି ଦୂରରେ ଥିବା ଗଣେଶ୍ବରପୁର ଗାଁକୁ ସିଧା ରାସ୍ତା ନାହିଁ। ଗାଁକୁ ଯିବାକୁ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ର ଗାଁ ଦେଇ ଯିବାକୁ ପଡ଼େ। ପିଇବା ପାଣିର ସୁବିଧା ନଥିବାରୁ ଗାଁ ଲୋକେ ଖୋଲା କୂଅ ଓ ପୋଖରୀ ଉପରେ ନିର୍ଭର କରିଥାନ୍ତି। ଯଦ୍ବାରା ବିଭିନ୍ନ ସମୟରେ ଜଳବାହିତ ରୋଗର ଶିକାର ହେଉଥିବା ଜଣାପଡ଼ିଛି। ଗାଁର ହିତାଧିକାରୀ ୧୧ କିମି ଚାଲି ରାସନ ଓ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଆସିଥାନ୍ତି। ସରକାରୀ ବସ୍ ସେବା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।
ସୌଜନ୍ୟ ସମ୍ବାଦ




