ଦେଶ ବିଦେଶ

UN Staff: ଜାତିସଂଘର ଦୁଇ ସଦସ୍ୟଙ୍କୁ ଅଟକ ରଖିଛନ୍ତି ତାଲିବାନ ସରକାର: ଶୀଘ୍ର ମୁକ୍ତ କରିବାକୁ ଦାବି

ଜାତିସଂଘ କହିଛି ଯେ, ଆଫଗାନିସ୍ତାନର ତାଲିବାନ ଶାସକ ଦେଶରେ ରାଜନୈତିକ ମିଶନର ଦୁଇ ଜଣ ଆଫଗାନ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଏହି ଗିରଫଦାରୀ କିଛି ଦିନ ପୂର୍ବରୁ ହୋଇଥିଲା। ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

ନ୍ୟୁୟର୍କ: ଜାତିସଂଘ କହିଛି ଯେ, ଆଫଗାନିସ୍ତାନର ତାଲିବାନ ଶାସକ ଦେଶରେ ରାଜନୈତିକ ମିସନର ଦୁଇ ଜଣ ଆଫଗାନ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଏହି ଗିରଫଦାରୀ କିଛି ଦିନ ପୂର୍ବରୁ ହୋଇଥିଲା। ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ଜାତିସଂଘ ପକ୍ଷରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯାଇଛି।

ସାକ୍ଷାତ କରିବାକୁ ଦିଆଯାଉନାହିଁ

ଜାତିସଂଘର ଉପପ୍ରବକ୍ତା ଫରହାନ ହକ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ତାଲିବାନର ଜେନେରାଲ ଡାଇରେକ୍ଟରେଟ୍ ଅଫ୍ ଇଣ୍ଟେଲିଜେନ୍ସ ରବିବାର ଦିନ ହେରାତ ସହରରେ ଦୁଇ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି। ସେ କହିଛନ୍ତି ଯେ ଜାତିସଂଘ ମିଶନକୁ ଦୁଇ ଜଣଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ ଅବଗତ କରାଯାଇ ନାହିଁ। ସେମାନଙ୍କ ସହିତ କାହାକୁ ସାକ୍ଷାତ କରିବାକୁ ଦିଆଯାଉନାହିଁ।

ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ପରେ ଆମେରିକା ଏବଂ ନାଟୋ ସେନା ଦେଶରୁ ପ୍ରତ୍ୟାହାର କରିବା ପରେ, ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button