US Army: ଇରାକରେ ୨୩ ବର୍ଷର ଆମେରିକୀୟ ସାମରିକ ଉପସ୍ଥିତିର ଅନ୍ତ, ୩୦ ସେପ୍ଟେମ୍ବର ସୁଦ୍ଧା ସେନା ପ୍ରତ୍ୟାହାର
ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଇରାକରୁ ନିଜର ସମସ୍ତ ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି ଚଳାଇଛି । ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ନିଶ୍ଚିତ କରିଛି । ବୁଧବାର ଇରାକ ପ୍ରଧାନମନ୍ତ୍ରୀ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପରଙ୍କ ସହ ସାକ୍ଷାତ କରିଥିଲେ । ଏହି ପ୍ରତ୍ୟାହାର ସହିତ ଇରାକରେ ଆମେରିକାର ପ୍ରାୟ ୨୩ ବର୍ଷର ସାମରିକ ଉପସ୍ଥିତିର ଅନ୍ତ ଘଟିବ ।

ୱାଶିଂଟନ୍: ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଇରାକରୁ ନିଜର ସମସ୍ତ ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି ଚଳାଇଛି । ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ନିଶ୍ଚିତ କରିଛି । ବୁଧବାର ଇରାକ ପ୍ରଧାନମନ୍ତ୍ରୀ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପରଙ୍କ ସହ ସାକ୍ଷାତ କରିଥିଲେ । ଏହି ପ୍ରତ୍ୟାହାର ସହିତ ଇରାକରେ ଆମେରିକାର ପ୍ରାୟ ୨୩ ବର୍ଷର ସାମରିକ ଉପସ୍ଥିତିର ଅନ୍ତ ଘଟିବ। ୨୦୦୩ ମସିହାରେ ସଦ୍ଦାମ ହୁସେନଙ୍କ ଶାସନ ବିରୋଧରେ ଆମେରିକାର ସାମରିକ ଅଭିଯାନ ପରେ ଇରାକରେ ଆମେରିକୀୟ ସେନାର ଉପସ୍ଥିତି ଆରମ୍ଭ ହୋଇଥିଲା ।
ଇରାନ ସହ ଆମେରିକାର ଉତ୍ତେଜନା ଜାରି ରହିଥିବା ସମୟରେ ଏହି ସେନା ପ୍ରତ୍ୟାହାର ଘୋଷଣା କରାଯାଇଛି ।
୩୦ ସେପ୍ଟେମ୍ବର ହେବ ଶେଷ ତାରିଖ
ଆଡମିରାଲ୍ ବ୍ରାଡ୍ କୁପରଙ୍କ ସହ ସାକ୍ଷାତ ପରେ ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ବିବୃତ୍ତି ଅନୁସାରେ, ଇରାକରେ ଇସଲାମିକ୍ ଷ୍ଟେଟ୍ (ISIS) ବିରୋଧରେ ଆମେରିକା ନେତୃତ୍ୱାଧୀନ ମେଣ୍ଟର ସାମରିକ ମିଶନ ଶେଷ କରିବା ସହ ସେନା ପ୍ରତ୍ୟାହାର ପ୍ରକ୍ରିୟା ୩୦ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଏହା ପରେ ୧ ଅକ୍ଟୋବରରୁ ଇରାକରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ବିବୃତ୍ତିରେ କୁହାଯାଇଛି । ଅର୍ଥାତ୍, ଇରାକରେ ବିଦେଶୀ ସାମରିକ ଉପସ୍ଥିତି ସମ୍ପୂର୍ଣ୍ଣ ଶେଷ ହେବାର ଦାବି କରାଯାଇଛି ।
ସୌଜନ୍ୟ ସମ୍ବାଦ




