ଦେଶ ବିଦେଶ

ଅଭିନେତା ରାଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ; ଆପଣଙ୍କ ସ୍ଥାନ ଜେଲ୍‌ରେ

ନୂଆଦିଲ୍ଲୀ : ସାତ ଚେକ୍ ବାଉନସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ୫ କୋଟି ଟଙ୍କା ଜମା ନ କରିବାରୁ ବିଚାରପତି ଜୟମାଲ୍ୟ ବାଗଚୀ ଅଭିନେତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ବିଚାରପତି କହିଛନ୍ତି ଯେ ଏହି ଅହଂକାରୀଙ୍କୁ ଉଚିତ ସ୍ଥାନ ଦେଖାଇବାକୁ ହେବ। କେବେ ମୁହଁ ଖୋଲିବା ଉଚିତ ଆପଣ ତାହା ଜାଣିବା ଦରକାର। ଆପଣଙ୍କ ସ୍ଥାନ ହିଁ ଜେଲରେ। ସୁପ୍ରିମକୋର୍ଟ ରାଜପାଲଙ୍କୁ ଆଉ ଥରେ ଶେଷ ସୁଯୋଗ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ଗତ ୧୫ ତାରିଖରେ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇଥିଲେ। ଅକ୍ଟୋବର ୫ ସୁଦ୍ଧା ଟଙ୍କା ଜମା କରିବାକୁ କହିଥିଲେ।
ଶୁଣାଣି ସମୟରେ ରାଜପାଲଙ୍କ ଓକିଲ ୫୦ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟର ନକଲ ସୁପ୍ରିମକୋର୍ଟଙ୍କୁ ଦେଖାଇ ଥିଲେ। ଏହି ଡ୍ରାଫ୍ଟ ମଙ୍ଗଳବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଏହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ କହିଥିଲେ ଯେ ୫୦ ଲକ୍ଷ ଟଙ୍କା କ’ଣ? ଏହା ଅସଲି ତ?ରାଜପାଲଙ୍କୁ ୫ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ମାତ୍ର ସେ ଏପରି କରିନାହାନ୍ତି। ଅଭିଯୋଗକାରୀଙ୍କ ଓକିଲ ରାଜପାଲଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଅଭିନେତା କୋର୍ଟରେ ବି ଅଭିନୟ କରୁଛନ୍ତି। ସେ କୋର୍ଟଙ୍କୁ ବି ସମ୍ମାନ ଦେଉନାହାନ୍ତି। ପରେ ରାଜପାଲଙ୍କ ଓକିଲ କହିଥିଲେ ଯେ ଅଭିଯୋଗକାରୀ ଗରିବ ନୁହନ୍ତି। ଏହାର ଜବାବରେ ଜଷ୍ଟିସ ବାଗଚୀ କହିଥିଲେ ଯେ ସେ ଅଧିକ ଧନୀ ହୋଇଥିଲେ ବି, ଯେଉଁ ଟଙ୍କା କ୍ଷତି ହୋଇଛି ସେହି ସ୍ତର ପର୍ଯ୍ୟନ୍ତ ସେ ଗରିବ। ଅଭିନେତାଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଇଥିଲା। ଏବେ ତାହା ସରିଗଲାଣି। ସେ ଯାହା ପାଇବାକୁ ଯୋଗ୍ୟ ତାହା କରିଦିଆଯିବ। ମାମଲାକୁ ଖାରଜ କରିଦିଆଯିବ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button