ରାଜ୍ୟ

ଆଜିଠୁ ହବିଷ୍ୟାଳି ବ୍ରତ ପାଇଁ ପଞ୍ଜୀକରଣ ଆରମ୍ଭ, ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ

ପୁରୀ,୦୬/୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ରରେ କାତ୍ତି ର୍କ ମାସରେ ରାଇଦାମୋଦର ବ୍ରତ ମାଗଣାରେ ରହି ପାଳନର ସୁବିଧା ଦେବ ପ୍ରଶାସନ । ଏଥିନିମନ୍ତେ ଆଜିଠୁ ଅନ୍‌ଲାଇନ୍ (https://edistrict.odisha.gov.in) ପଞ୍ଜୀକରଣ ଆରମ୍ଭ ହେବ । ଏହି ପଞ୍ଜୀକରଣ ଦିନ ୧୦ଟାରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କ ରହଣୀ, ମହାପ୍ରସାଦ ସେବନ ସହିତ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱତନ୍ତ୍ର ମହାପ୍ରଭୁଙ୍କ ଦର୍ଶନ ସୁବିଧା ଯୋଗାଇ ଦିଆଯିବ । ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ସମେତ ୩ ଅସ୍ଥାୟୀ ଶିବିରରେ ହେବ ବ୍ୟବସ୍ଥା । ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ଏନେଇ ସୂଚନା ଦେଇଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button