ରାଜ୍ୟ

CEC Resignation : ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ବିକ୍ଷୋଭ, ସାମିଲ ହେଲା ବିଜେଡି

ଭୁବନେଶ୍ୱର, ୬/୧୦ : SIR ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ । ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହେବ ବିଜେଡି । ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେବେ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, SIR ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ପୂର୍ବରୁ ଦାବି କରିଛନ୍ତି । ଏସଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସହ ସାରା ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ବ ମତଦାତାଙ୍କୁ ବାଦ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବାବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି । ବିଏଲଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟିଦିଆଯିବା ଏସଆଇଆର୍‌ ଜାଲିଆତିକୁ ସ୍ପଷ୍ଟ କରିଦେଇଛି । କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ  ଅନେକ ଦିଗକୁ ଇଙ୍ଗିତ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସଆଇଆର୍‌ ଫର୍ମ-୬ ପରିବର୍ତ୍ତନ ନେଇ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ ଖଣ୍ଡନ କରି ଏପରି ନିର୍ଦ୍ଦେଶ ଦିଆଯାଇ ନଥିବା କହିବା ପରେ ସିଇସି ଜ୍ଞାନେଶ କୁମାର ଭୋଟର ତାଲିକାରେ ଜାଲିଆତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ସ୍ପଷ୍ଟ । ବିଜେଡି ଉଭୟ ଇଣ୍ଡି ମେଣ୍ଟ ଓ ଏନ୍‌ଡିଏଠାରୁ ସମଦୂରତ୍ୱ ବଜାୟ ରଖିଛି। ତେବେ ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜେଡି ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ମଙ୍ଗରାଜ କହିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button