ରାଜ୍ୟ

ଜାମିନ ପାଇଁ ଅସୁସ୍ଥତାର ଆଳ! ଏସ୍‌ସିବିରେ ଅଭିଯୁକ୍ତ ଜେଲ୍‌ ଅଧୀକ୍ଷକ ସୁଜିତ୍‌, ୩ ଦିନ କାଜୁଆଲ୍‌ଟିରେ ରହିବାକୁ ନେଇ ଉଠିଲା ପ୍ରଶ୍ନ

କଟକ,୨୪/୦୯: ଗିରଫ ହୋଇଥିବା ଚୌଦ୍ୱାର ଜେଲ୍‌ ବିବାଦୀୟ ଅଧୀକ୍ଷକ ସୁଜିତ ରାଉଳଙ୍କୁ କିପରି ସଅଳ ଜାମିନ ମିଳିବ ଓ ସେଯାଏ ସେ କିପରି ଏସ୍‌ସିବିରେ ଆରାମରେ ରହିବେ ସେଥିପାଇଁ ତାଙ୍କ ଅନୁଗତମାନେ ଏବେ କସରତ ଚଳାଇଛନ୍ତି । ଅଭିଯୁକ୍ତ ଅଧୀକ୍ଷକ ସୁଜିତ୍ ସୋମବାର ସନ୍ଧ୍ୟାରୁ ଏସ୍‌ସିବି ଆଶୁଚିକିତ୍ସା କେନ୍ଦ୍ର ବା ନନ୍ ଟ୍ରମା କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି । ତାଙ୍କର କୌଣସି ଜରୁରି ଚିକିତ୍ସା ଚାଲିନଥିଲେ ମଧ୍ୟ କାଜୁଆଲଟିରେ ରଖାଯାଇଛି । ଜରୁରିକାଳୀନ ଚିକିତ୍ସା କେନ୍ଦ୍ରରେ କିପରି ଜଣେ ବିଚାରାଧୀନ ବନ୍ଦୀଙ୍କୁ ଦୀର୍ଘ ତିନି ଦିନ ହେଲା ରଖାଯାଇଛି ତାହା ଚର୍ଚ୍ଚାର ବିଷୟ ହୋଇଛି ।

ଆଶୁ ଚିକିତ୍ସା କେନ୍ଦ୍ରରେ ଜଣେ ଗୁରୁତର ରୋଗୀ ପ୍ରାଥମିକ ଚିକିତ୍ସା ପାଇଲା ପରେ ତାଙ୍କୁ ତୁରନ୍ତ ବିଭାଗୀୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥାଏ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍ଓଏପି ରହିଛି । ମାତ୍ର ଏହି ଏସ୍ଓପି ଅଭିଯୁକ୍ତ ଜେଲ୍ ଅଧୀକ୍ଷକଙ୍କ ପାଇଁ କାମ କରୁନିି । ମେଡିସିନ୍ ବିଭାଗରେ ଆଡମିସନ୍ ହୋଇଥିବା ଜେଲ୍ ଅଧୀକ୍ଷକ ସୁଜିତ୍‌ଙ୍କୁ  ୱାର୍ଡକୁ ସ୍ଥାନାନ୍ତର ନକରି ଦୀର୍ଘ ୩ ଦିନ ହେଲା ଆଶୁ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି । ଯାହାକି ଏସ୍ଓପିର ଉଲ୍ଲଂଘନ ବୋଲି ମେଡିସିନ୍ ବିଭାଗର ଜଣେ ପ୍ରଫେସର କହିଛନ୍ତି । ଜରୁରି ଚିକିତ୍ସା ନଥାଇ କାହିଁକି ଜଣକୁ ଆଶୁ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି ତାହାକୁ ନେଇ ଅନେକ ଡାକ୍ତର ପ୍ରଶ୍ନ କରିଛନ୍ତି । ଜରୁରିକାଳୀନ ସ୍ଥିତିରେ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀ ବେଡ୍ ନପାଇ ଚଟାଣରେ ପଡ଼ୁଥିବା ବେଳେ କାହା ଚାପରେ ସୁଜିତ୍ ଏଠାରେ ବେଡ୍ ଦଖଲ କରି ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଆଶୁ ଚିକିତ୍ସା କେନ୍ଦ୍ରରେ ସେ ଗୁରୁତର ରୋଗୀଙ୍କ ମେଳରେ ରହିବା ପଛରେ ଅନେକ କାରଣ ରହିଛି ବୋଲି ଜେଲ୍ ବିଭାଗ କର୍ମଚାରୀଙ୍କ ମହଲରୁ ଶୁଣିବାକୁ ମିଳୁଛି । କୋର୍ଟରୁ ଜାମିନ ପାଇବା ପାଇଁ ସେ ଅସୁସ୍ଥତା ଆଳ ଦେଖାଇ କିଛି ଡାକ୍ତରଙ୍କୁ ହାତ କରିଥିବା ଅଭିଯୋଗ ହେଉଛି । ଜଣେ ଡାକ୍ତରଙ୍କ କହିବା କଥା, ଶରୀରର ଡାହାଣ ପାଶ୍ୱର୍ ଭଲ ଭାବେ କାମ କରୁନି ବୋଲି ସୁଜିତ୍ କହୁଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button