ରାଜ୍ୟ

ମୌସୁମୀ ଅଧିବେଶନର ତୃତୀୟ ଦିନ: ଗୃହରେ MMRD ଝଡ଼, ବିରୋଧୀଙ୍କ ହୋହଲ୍ଲାରେ ପ୍ରଶ୍ନକାଳ ଅଚଳ, ଅପରାହ୍ନ ୪ ଟା ଯାଏ ମୁତଲବୀ

ଭୁବନେଶ୍ୱର ୨୪/୦୯: ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ନାରାବାଜି । ଏମ୍ଏମ୍‌ଡିଆର୍ ପ୍ରସଙ୍ଗରେ ଗୃହ ମଧ୍ୟରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ନାରାବାଜି । ଉପବାଚସ୍ପତିଙ୍କ ଉପରକୁ ବ୍ୟାନର ପିଙ୍ଗିଲେ ` କଂଗ୍ରେସ  ବିଧାୟକ ତାରା ବାହିନୀପତି । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲବତୀ ଘୋଷଣା କଲେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ।

ସେଇ ସମାନ ପ୍ରସଙ୍ଗ । କାଲି ଭଳି କଂଗ୍ରେସ ବିଧାୟକମାନେ ‘ଏମଏମଡିଆର୍ ସଂଶୋଧନ (ଖଣି ସମ୍ପକି ର୍ତ ସଂଶୋଧନ) ଆଇନ’ ପ୍ରସଙ୍ଗ ଧରି ଗୃହ ମଝିରେ ନାରାବାଜି ଚଳାଇଥିଲେ । ବିଜେଡି ବିଧାୟକମାନେ ‘ପାଠ୍ୟ ପୁସ୍ତକ ତ୍ରୁଟି’କୁ ନେଇ ଗୃହ କମ୍ପାଇଥିଲେ । ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟମାନେ ଗୃହ ମଝିକୁ ଆସି ଜୋରଦାର ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଥିବା ରିପୋର୍ଟର୍ସ ଟେବୁଲ୍ ଉପରେ ବି କିଛି ବିଧାୟକ ଚଢ଼ି ପ୍ରତିବାଦ କରିଥିଲେ ।

ସେହି ସମୟରେ ଉତ୍ତର ରଖୁଥିଲେ ରାଜସ୍ୱ ମନ୍ତ୍ରୀ। ବିରୋଧୀ ରିପୋର୍ଟର ଟେବୁଲ ଉପରେ ଛିଡା ହୋଇ ଆନ୍ଦୋଳନ କରୁଥିଲେ । ଯାହାକୁ ନେଇ ରାଗିଗଲେ ରାଜସ୍ୱ ମନ୍ତ୍ରୀ କହିଲେ, ବିଧାନସଭାରେ କୌଣସି ସଦସ୍ୟ ବକ୍ତବ୍ୟ ଦେଲା ବେଳେ ଚେୟାରକୁ ଦେଖି ଉତ୍ତର ଦେବା ନିୟମ ରହିଛି । କିନ୍ତୁ ବିରୋଧୀ ଦଳ ସଦସ୍ୟ ଯେଉଁଭଳି ଚେୟାର ଉପରେ ଛିଡା ହେଇଛନ୍ତି ଉପବାଚସ୍ପତିଙ୍କୁ ଦେଖି ହେଉନି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button