ରାଜ୍ୟ
ପୁଣି ଅ-ତିଥିରେ ରଥଯାତ୍ରା: ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ପୁଣି ବେଖାତିର କଲା ଅମାନିଆ ଇସ୍କନ୍
ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ପୁଣିଥରେ ବେଖାତିର କରିଛି ଇସ୍କନ୍। ଗତ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡ଼ା, ଆମେରିକା, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ, ସ୍କଟ୍ଲ୍ୟାଣ୍ଡ ସମେତ ୭ଟି ସ୍ଥାନରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିଛି।

ପୁରୀ: ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ପୁଣିଥରେ ବେଖାତିର କରିଛି ଇସ୍କନ୍। ଗତ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡ଼ା, ଆମେରିକା, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ, ସ୍କଟ୍ଲ୍ୟାଣ୍ଡ ସମେତ ୭ଟି ସ୍ଥାନରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିଛି। ବାରମ୍ବାର ତାଗିଦ ସତ୍ତ୍ବେ ବିଦେଶରେ ଏଭଳି ରଥଯାତ୍ରା ଜାରି ରଖିଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ବରିଷ୍ଠ ସେବାୟତଙ୍କ ସହ ଦିଲ୍ଲୀ ଓଡ଼ିଆ ଫୋରମ୍ ପକ୍ଷରୁ ଏନେଇ ପ୍ରାୟ ଏକ ହଜାର ଓଡ଼ିଆଙ୍କ ସ୍ୱାକ୍ଷର ସହ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇ ତୁରନ୍ତ ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରାଯାଇଛି।
ସୌଜନ୍ୟ ସମ୍ବାଦ




