ବିଧାୟକଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଯୋଗଦେଲେ ଉପରାଷ୍ଟ୍ରପତି, ବିଧାୟକଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀର ଦେଲେ ମନ୍ତ୍ର

ଭୁବନେଶ୍ୱର, ୧୬/୧୧: ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ବିଧାୟକଙ୍କ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ଏହି ଅବସରରେ ସେ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସଂସଦୀୟ କମିଟିର ଦାୟିତ୍ୱ, ବଜେଟ୍ ଓ ପ୍ରଶ୍ନୋତ୍ତର କାଳ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
ବିଧାୟକଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଉପରାଷ୍ଟ୍ରପତି ଅଭିଭାଷଣ କହିଥିଲେ, ଆପଣ ନିଜ ନିର୍ବାଚନ ମଣ୍ଡଳୀର ବିଶ୍ବାସ ଭାଜନ ହୋଇଛନ୍ତି । ବିଶ୍ବାସ ସହିତ ଦାୟିତ୍ଵ ଆସେ । ନୂଆ ଓ ଅଭିଜ୍ଞ ବିଧାୟକ ସାଂସଦ ମାନେ ଅଛନ୍ତି । ତାମିଲନାଡୁରେ କାମରାଜଙ୍କୁ ବିଜୁ ପଟ୍ଟନାୟକ କୁହଯାଏ । ବିଜୁଙ୍କୁ କାମରାଜ କହି ତୁଳନା କରିଛନ୍ତି ଉପରାଷ୍ଟ୍ରପତି । ସୁବାସ ବୋଷ, ବିଜୁ ପଟ୍ଟନାୟକ, ରବି ରାୟଙ୍କୁ ମନେ ପକାଇଲେ ଉପରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଏଇ ମାଟିର, ପ୍ରଥମ ଜନଜାତି ମହିଳା ବାଚସ୍ପତି ବାଛିଥିବାରୁ ବିଧାୟକମାନଙ୍କୁ ଧନ୍ୟବାଦ ଦେଲେ ସି.ପି. ରାଧାକୃଷ୍ଣନ । ଏହି ଓରିଏଣ୍ଟେସନ ପ୍ରୋଗ୍ରାମ ଆପଣ ମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ପଲିସି, ପ୍ରଶ୍ନ ଯାହା ଆପଣ କରୁଛନ୍ତି ତାହା ରାଜ୍ୟର ବିକାଶ ପାଇଁ। ୨୦୪୭ ବିକଶିତ ଭାରତ ପାଇଁ ଆମ ପ୍ରୟାସ ହେବା ଆବଶ୍ୟକ । ମିସନ୍ ଓଡ଼ିଶା ୨୦୩୬ ରାଜ୍ୟକୁ ବିକଶିତ କରିବା ପାଇଁ ଲକ୍ଷ୍ୟ କରାଯାଇଛି । ସଂସଦ ଓ ବିଧାନସଭାରେ ସମସ୍ତଙ୍କ ବଡ଼ ଭୂମିକା । ମତାମତ ଭିନ୍ନ ହୋଇପାରେ କିନ୍ତୁ ସମ୍ବିଧାନ ଗୋଟିଏ । ଶିକ୍ଷା ହେଉଛି ନିରନ୍ତର ପ୍ରକ୍ରିୟା । ରୁଲ୍ସ ପ୍ରସିଜିୟୋର ବୁଝିବା ନିତାନ୍ତ ଆବଶ୍ୟକ । ଏହାଦ୍ୱାରା ବିଧାନସଭା ସୁପରିଚାଳନା ସମ୍ଭବ ।
ସୌଜନ୍ୟ ପ୍ରମେୟ




