ରାଜ୍ୟ

ହୋଟେଲ ସମ୍ମୁଖରେ ଯୁବକ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଘଣ୍ଟାଏ କାଳ ନିଶାସକ୍ତ ଅବସ୍ଥାରେ ଫୁଲ ବୋବାଲ୍, ପୁଲିସ ଆସିଲା ବେଳକୁ ଛୁ..

ଚନ୍ଦ୍ରଶେଖରପୁର,୦୫/୧୦:  ରାସ୍ତା ଉପରେ ବାଇକ୍ ରଖି ଭାଷା ଅଭାଷାରେ ଗାଳିକଲେ । ଯାହାକୁ ଦେଖିଲେ ଡାକିହାକି ଖରାପ ବ୍ୟବହାର କଲେ । ଘଣ୍ଟାଏ କାଳ ନିଶାସକ୍ତ ଅବସ୍ଥାରେ ଫୁଲ ବୋବାଲ୍ କରି ପୁଲିସ ଆସିଲା ବେଳକୁ ଫେରାର ହୋଇଗଲେ । ଏମିତି ଘଟଣା ଘଟିଛି ନୀଳାଦ୍ରି ବିହାର ଜିଏ ପ୍ଲଟ ସ୍ଥିତ ତେଜ ପ୍ୟାଲେସ ହୋଟେଲ ସମ୍ମୁଖରେ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ତେଜ୍ ପ୍ୟାଲେସ ହୋଟେଲ ସମ୍ମୁଖରେ ଜଣେ ଯୁବକ ଓ ଯୁବତୀ ନିଶାସକ୍ତ ଅବସ୍ଥାରେ ଆସି ରାସ୍ତା ଉପରେ ବାଇକ୍ ରଖି ରାସ୍ତା ଅବରୋଧ କରିବା ସହିତ ପାଖ ଦାକାନରେ ବସିଥିବା ଲୋକମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କଲେ । ଲୋକମାନେ ଏହାଙ୍କୁ ବିରୋଧ କରିବାରୁ ଯୁବକ ଯୁବତୀ ତାଙ୍କ ସାଙ୍ଗ ମାନଙ୍କୁ ଡାକି ରାସ୍ତା ଉପରେ ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ । ଲୋକମାନେ ଅତିଷ୍ଠ ହାଇ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ । ପିସିଆର ଭ୍ୟାନ ପହଞ୍ଚିଲା ବେଳକୁ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଗଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button