ରାଜ୍ୟ

6th Audit Week ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ଷଷ୍ଠ ଅଡିଟ୍ ସପ୍ତାହ-୨୦୨୬

ଭୁବନେଶ୍ୱରରେ ଷଷ୍ଠ ଅଡିଟ୍ ସପ୍ତାହ-୨୦୨୬ ଉଦ୍‌ଘାଟିତ। ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀ ଯୋଗଦେଲେ।

ଭୁବନେଶ୍ୱର : ଓଡିଶା ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଷଷ୍ଠ ଅଡିଟ୍ ସପ୍ତାହ – ୨୦୨୬’ ଆଜି (ଗୁରୁବାର) ଲୋକସେବା ଭବନ ପରିସର ଷ୍ଟେଟ କନଭେନସନ ସେଣ୍ଟର ଠାରେ ଉଦ୍‌ଘାଟିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରମରେ ଉପ ଲେଖା ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ଡେପୁଟି ସିଏଜି,ପୂର୍ବାଞ୍ଚଳ) ପ୍ରମୋଦ କୁମାର, ମହାନିର୍ଦ୍ଦେଶକ (ପୂର୍ବାଞ୍ଚଳ) କେ ପି ଆନନ୍ଦ, ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଡି ସାହୁ, ଓଡ଼ିଶାର ପ୍ରଧାନ ମହାଲେଖାକାର (ଅଡିଟ୍-୧) ସୁବୁ. ଆର୍, ମହାଲେଖାକାର (ଅଡିଟ୍-୨) ଅତୁଲ ପ୍ରକାଶ, ପୂର୍ବତଟ ରେଳବାଇ ଅଡିଟ ପ୍ରଧାନ  ନିର୍ଦ୍ଦେଶକ ଏ. ଏଫ୍. ଡୁଙ୍ଗଡୁଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହା ବ୍ୟତୀତ, ଭାରତୀୟ ଲେଖା ଓ ଲେଖା ପରୀକ୍ଷା ବିଭାଗ (IA & AD) ର ବିଭିନ୍ନ କାର୍ଯ୍ୟାଳୟରୁ ବହୁ ସଂଖ୍ୟକ କର୍ମଚାରୀ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ସମ୍ମାନିତ ଅତିଥି ‘ସର୍ଭମ୍ ଏଆଇ’ (Sarvam AI) ର ସହ-ପ୍ରତିଷ୍ଠାତା ତଥା ସି.ଇ.ଓ. ପ୍ରତ୍ୟୁଷ କୁମାର ଏକ ସ୍ୱତନ୍ତ୍ର ଅତିଥି ଭାବେ ଭର୍ଚୁଆଲ୍ ମାଧ୍ୟମରେ (ଅନଲାଇନ୍ ଯୋଗେ) ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଶ୍ରୀ ଡି. ସାହୁ ତାଙ୍କ ସ୍ୱାଗତ ଭାଷଣରେ ପ୍ରତିବର୍ଷ ନଭେମ୍ବର ମାସ 16 ତାରିଖରେ ସାରା ଦେଶରେ ‘ଅଡିଟ୍ ଦିବସ’ ଏବଂ 19 ତାରିଖରୁ 27ତାରିଖ ପ୍ରଯ୍ୟନ୍ତ ‘ଅଡିଟ୍ ସପ୍ତାହ’ ପାଳନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ସଂକ୍ଷେପରେ କହିଥିଲେ । ଡେପୁଟି ଏଜି ଶ୍ରୀ ଶୁଭମ୍ ବୈଜନାଥ ସ୍ୱାମୀ,  ଝାଡ଼ଖଣ୍ଡର ପ୍ରଧାନ ଆକାଉଣ୍ଟାଣ୍ଟ ଜେନେରାଲ୍ (ଲେଖା ଓ ହକଦାରୀ )ଙ୍କ କାର୍ଯ୍ୟାଳୟ ସହଯୋଗରେ ବିକଶିତ ଦୁଇଟି ଅଭିନବ ମଡ୍ୟୁଲ୍-ଷ୍ଟେଟ୍ ପବ୍ଲିକ୍ ଫାଇନାନ୍ସେସ୍ ଇଣ୍ଟେଲିଜେନ୍ସ ଡ୍ୟାସବୋର୍ଡ” (State Public Finances Intelligence Dashboard) ଏବଂ “ଏଆଇ-ସକ୍ଷମ ପେନସନ୍ ଅଥରାଇଜେସନ୍ ଆଣ୍ଡ ରିଟର୍ଣ୍ଣ କେସ୍ ଆସେସମେଣ୍ଟ ସିଷ୍ଟମ୍ (AI-PARAS)” ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା ପ୍ରଦାନ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button