ଦେଶ ବିଦେଶ

Send Then to Hell!: ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ନର୍କକୁ ପଠାଅ, ୫୬୦ କୋଟି ଟଙ୍କା ନିଅ!

ତେହେରାନ,୧୯/୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ଇରାନରେ ଏକ ଆଲୋଚନା ଆରମ୍ଭ ହୋଇଛି ଯାହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରିପୋର୍ଟ ଅନୁଯାୟୀ, ଇରାନ ସୁପାରି ଦେବାକୁ ଯୋଜନା କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫କୋଟି ୮୦ ଲକ୍ଷ ଡଲାର ବା ୫୬୦ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବାକୁ ଇରାନ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଦାବି କରିଛି ଯେ ଇରାନ ସଂସଦରେ ଏହି ପ୍ରସଙ୍ଗରେ ଏକ ବିଲ୍ ଆଗତ କରାଯିବା ପାଇଁ ଯୋଜନା ହେଉଛି। ଏହି ଘଟଣା ଏପରି ସମୟରେ ପ୍ରକାଶ ପାଇଛି ଯେତେବେଳେ ଗୋଟିଏ ପଟେ ଇରାନ ଶାନ୍ତି ପ୍ରସ୍ତାବ ପାଇଁ କହୁଛି ଏବଂ ଅନ୍ୟପଟେ ପ୍ରତିଶୋଧ ତଥା‌ ଆକ୍ରମଣ ବିଷୟରେ ଖୋଲାଖୋଲି ଭାବେରେ ଆଲୋଚନା କରୁଛି।

ସୁପାରି ଦେବାକୁ ଯୋଜନା କରୁଛି ଇରାନ

ଇରାନୀ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ଅଧ୍ୟକ୍ଷ ଇବ୍ରାହିମ୍ ଅଜିଜି ଘୋଷଣା କରିଛନ୍ତି ଯେ କମିଟି, ‘ଇସଲାମିକ୍ ଗଣରାଜ୍ୟର ସାମରିକ ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧ’ ଶୀର୍ଷକ ଏକ ବିଲ୍ ପ୍ରସ୍ତୁତ କରୁଛି। ଇରାନ ୱାୟାର ଏବଂ ୟୁକେର ଦି ଟେଲିଗ୍ରାଫ୍‌ର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଲ୍ ଆମେରିକା ଏବଂ ଇସ୍ରାଏଲୀ ନେତାମାନଙ୍କୁ ହତ୍ୟା କରୁଥିବା ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ପୁରସ୍କାର ପ୍ରଦାନ କରିବାକୁ ପ୍ରସ୍ତାବ ରଖିଛି। ରିପୋର୍ଟ ଅନୁସାରେ,ଇରାନ ସଂସଦ ଏହି ପ୍ରସ୍ତାବ ଉପରେ ଭୋଟ୍ ହୋଇପାରେ।

ଇରାନ ୱାୟାର ଅନୁଯାୟୀ, ଇବ୍ରାହିମ ଅଜିଜି କହିଛନ୍ତି ଯେ, ଆୟୋତୋଲ୍ଳା ଅଲି ଖେମିନିଙ୍କ ହତ୍ୟାରେ ଭୂମିକା ପାଇଁ ଟ୍ରମ୍ପ, ନେତାନ୍ୟାହୁ ଏବଂ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍)କମାଣ୍ଡର ଆଡମିରାଲ ବ୍ରାଡ କୁପରଙ୍କ ଉପରେ ପ୍ରତିଶୋଧ ନେବା ଉଚିତ। ଇରାନର ଜାତୀୟ ସୁରକ୍ଷା କମିସନର ଅନ୍ୟ ଜଣେ ସଦସ୍ୟ ମହମୁଦ ନାବାଭିଆନ ମଧ୍ୟ କହିଛନ୍ତି ଯେ ସଂସଦ ଖୁବ୍ ଶୀଘ୍ର ‘ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ନର୍କକୁ ପଠାଇବା’ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ସ୍ଥିର କରିବା ଉପରେ ଭୋଟ୍ ଦେବ।

ଏହି ପୁରସ୍କାର ଯୋଜନାର ଖବର ସରକାର ସମର୍ଥକ ଗଣମାଧ୍ୟମ ମାସାଫ୍ ଦାବି କରିବାର କିଛି ଦିନ ପରେ ଆସିଛି। ମାସାଫ୍ କହିଥିଲା, ଇସଲାମିକ ଶାସନ ‘ଟ୍ରମ୍ପ୍ କିଲ୍’ ନାମକ ଏକ ଅଭିଯାନ ପାଇଁ ସୁପାରି ଦେବାକୁ ଯାଉଛି। ପୂର୍ବରୁ ଇରାନ-ସମର୍ଥିତ ସାଇବର ଯୁଦ୍ଧ ଗୋଷ୍ଠୀ ହଣ୍ଡାଲା ମଧ୍ୟ ଏକ ବିବୃତି ଜାରି କରି କହିଥିଲା ଯେ, ଏସବୁ ଲୋକ ଦମନ ଏବଂ ଦୁର୍ନୀତି ପାଇଁ ଦାୟୀ।

 

 

ସୌଜନ୍ୟ ସମ୍ବାଦ

 

Show More
Back to top button