ଦେଶ ବିଦେଶ

Helicopter Crash: ଟେକ୍ସାସରେ ଆମେରିକୀୟ ସେନାର ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚେ ହେଲିକପ୍ଟର ଏଏଚ୍-୬୪ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜଙ୍ଗଲରେ ନିଆଁ ଲାଗିବାରୁ ଅନେକ ଘର ଖାଲି କରାଯାଇଛି।

ୱାସିଂଟନ: ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚେ ହେଲିକପ୍ଟର ଏଏଚ୍-୬୪ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜଙ୍ଗଲରେ ନିଆଁ ଲାଗିବାରୁ ଅନେକ ଘର ଖାଲି କରାଯାଇଛି। ଟେକ୍ସାସର ସାଲାଡୋରେ ଏହି ବିମାନ ଦୁର୍ଘଟଣା ଘଟିଥିବା ବେଲ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ରିପୋର୍ଟ କରିଛି। ସେରିଫ୍‌ଙ୍କ ମୁଖପାତ୍ର କ୍ଲିଫ୍ କୋଲମ୍ୟାନଙ୍କ ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୧:୩୦ ସମୟରେ ୯୧୧ କଲ୍ ଆସିଥିଲା। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୁର୍ଘଟଣାର କାରଣ ଅସ୍ପଷ୍ଟ

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫୋର୍ଟ ହୁଡର ଅପରାଧ ତଦନ୍ତ ବିଭାଗ ଏହାର ତଦନ୍ତ କରୁଛି। ସେନା କହିଛି ଯେ, ଆମେରିକା ସେନାର ଆପାଚେ ହେଲିକପ୍ଟରକୁ ଫୋର୍ଟ ହୁଡ୍‌ରେ ମୁତୟନ କରାଯାଇଥିଲା। ଉଭୟ ପାଇଲଟଙ୍କୁ ଫୋର୍ଟ ହୁଡ୍‌ର କାର୍ଲ ଆର. ଡାର୍ନାଲ୍ ଆର୍ମି ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା।

କ୍ୟାଭାଲରୀ ଡିଭିଜନର କାର୍ଯ୍ୟକାରୀ କମାଣ୍ଡିଂ ଜେନେରାଲ ବ୍ରିଗେଡିୟର ଜେନେରାଲ ଇଥାନ ଡିଭେନ ଏବଂ ଟେକ୍ସାସ ରାଜ୍ୟପାଳ ଗ୍ରେଗ ଆବୋଟ୍ ଶୋକ ପ୍ରକାଶ କରିବା ସହିତ ମୃତ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button