ଦେଶ ବିଦେଶ

Vande Mataram: ‘ବନ୍ଦେ ମାତରମ୍‌’ ଗାଇ ନ ଥିବାରୁ କେରଳ ସରକାରଙ୍କୁ ବିଜେପିର ତୀବ୍ର ପ୍ରତିବାଦ

ସ୍ବାଧୀନତା ଦିବସରେ କେରଳ ସରକାରଙ୍କ ସରକାରୀ ସମାରୋହରେ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଗାନ କରାଯାଇ ନ ଥିବାରୁ ବିବାଦ ତୀବ୍ର ହୋଇଛି।

ତିରୁଅନନ୍ତପୁରମ୍‌: ସ୍ବାଧୀନତା ଦିବସରେ କେରଳ ସରକାରଙ୍କ ସରକାରୀ ସମାରୋହରେ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଗାନ କରାଯାଇ ନ ଥିବାରୁ ବିବାଦ ତୀବ୍ର ହୋଇଛି। ଏହାକୁ ନେଇ ବିଜେପି ଶାସକ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ (ୟୁଡିଏଫ୍‌) ସରକାରଙ୍କୁ କଡ଼ା ସମାଲୋଚନା କରିଛି। ‘ବନ୍ଦେ ମାତରମ୍‌’କୁ ସରକାରୀ କାର୍ଯ୍ୟକ୍ରମରୁ ବାଦ୍‌ ଦେବା ସମ୍ବିଧାନ ପ୍ରତି ଅପମାନ ବୋଲି ଦଳ କହିବା ସହ ଏହା ବିରୋଧରେ ଆଇନଗତ ଓ ରାଜନୈତିକ ଲଢ଼େଇ କରିବାକୁ ଚେତାବନୀ ଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button