ଦେଶ ବିଦେଶ
Farmer Protest: ପଞ୍ଜାବ-ହରିୟାଣା ସୀମାରେ ଚାଷୀଙ୍କୁ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା
କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଋଣ ଛାଡ଼ ଆଦି ଦାବି ନେଇ ଦିଲ୍ଲୀ ଅଭିମୁଖେ ୨୨୮ କିମି ଦୀର୍ଘ ପଦଯାତ୍ରା ଆରମ୍ଭ କରିବାକୁ ଚାଷୀମାନେ ପ୍ରସ୍ତୁତ ହେଉଥିବା ବେଳେ ପଞ୍ଜାବ-ହରିୟାଣା ସୀମାର ଖନୌରି ଆନ୍ତଃରାଜ୍ୟ ସୀମାକୁ ରବିବାର ସିଲ୍ କରିଦେଇଛି।

ଚଣ୍ଡୀଗଡ଼: କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଋଣ ଛାଡ଼ ଆଦି ଦାବି ନେଇ ଦିଲ୍ଲୀ ଅଭିମୁଖେ ୨୨୮ କିମି ଦୀର୍ଘ ପଦଯାତ୍ରା ଆରମ୍ଭ କରିବାକୁ ଚାଷୀମାନେ ପ୍ରସ୍ତୁତ ହେଉଥିବା ବେଳେ ପଞ୍ଜାବ-ହରିୟାଣା ସୀମାର ଖନୌରି ଆନ୍ତଃରାଜ୍ୟ ସୀମାକୁ ରବିବାର ସିଲ୍ କରିଦେଇଛି ହରିୟାଣା ପ୍ରଶାସନ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣ-ରାଜନୈତିକ) ନେତୃତ୍ବରେ ଚାଷୀମାନେ ଖନୌରି-ଦାତା ସିଂହୱାଲା ସୀମା ଦେଇ ହରିୟାଣାରେ ପ୍ରବେଶ କରି ଦିଲ୍ଲୀ ଯିବାକୁ ଯୋଜନା କରିଛନ୍ତି। ଏହାକୁ ନେଇ ହରିୟାଣା ପୁଲିସ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍ ଲଗାଇଛି।
ସୌଜନ୍ୟ ସମ୍ବାଦ




