ଦେଶ ବିଦେଶ
NTA removed 600 experts: ୬୦୦ ବିଶେଷଜ୍ଞଙ୍କୁ ହଟାଇଲା ଏନ୍ଟିଏ: ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ବଡ଼ ପଦକ୍ଷେପ
ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କ୍ରମାଗତ ଭାବେ ଦେଖାଦେଉଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତ୍ତନ ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କ୍ରମାଗତ ଭାବେ ଦେଖାଦେଉଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତ୍ତନ ଆରମ୍ଭ ହୋଇଛି। ଛାତ୍ରଙ୍କ ଭବିଷ୍ୟତ ଏବଂ ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏନ୍ଟିଏ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ନିଜର ପୁରୁଣା ଟିମ୍କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଏହି ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୀର୍ଘ ସମୟ ଧରି ବିଭିନ୍ନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ରାୟ ୬୦୦ ବିଶେଷଜ୍ଞଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ଭବିଷ୍ୟତରେ କୌଣସି ବି ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ଏବେ ପ୍ରଶ୍ନପତ୍ରଗୁଡ଼ିକର ଅତିକମ୍ରେ ୪ଟି ପର୍ଯ୍ୟାୟରେ ଯାଞ୍ଚ କରିବା ନିମନ୍ତେ ୪-ସ୍ତରୀୟ ସୁରକ୍ଷା ଓ ସମୀକ୍ଷା ବ୍ୟବସ୍ଥା କରାଯାଉଛି।
ସୌଜନ୍ୟ ସମ୍ବାଦ




