ରାଜ୍ୟ

False cases : ୩ ବର୍ଷରେ ୭୦୦ ମିଛ ଦୁଷ୍କର୍ମ ମାମଲା ! ପ୍ରତିଶୋଧ ଓ ସହାୟତା ଲୋଭରେ ଏତଲା ଦେଉଛନ୍ତି ଯୁବତୀ

ଓଡ଼ିଶାରେ ୨୦୨୩ରୁ ୨୦୨୫ ମଧ୍ୟରେ ୮,୮୭୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ, ସେଥିରୁ ୭୦୯ଟି ମାମଲା ମିଥ୍ୟା ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ୨୦୨୩ରେ ୧୪୧, ୨୦୨୪ରେ ୨୫୯ ଏବଂ ୨୦୨୫ରେ ୩୦୬ଟି ମିଥ୍ୟା ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁସାରେ, ପ୍ରତିଶୋଧ ଏବଂ ଦୁଷ୍କର୍ମ ମାମଲାରେ ମିଳୁଥିବା ଆର୍ଥିକ ସହାୟତାର ଲୋଭ ମିଥ୍ୟା ଏତଲାର କିଛି ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି।

ଭୁବନେଶ୍ୱର, ୧୯/୮ : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ। ପୁଲିସ୍‌ ରିପୋର୍ଟ କହୁଛି ଗତ ୩ ବର୍ଷରେ ରାଜ୍ୟରେ ମୋଟ୍‌ ୮ ହଜାର ୮୭୩ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେଥିରୁ ୭୦୯ଟି ଦୁଷ୍କର୍ମ ମାମଲା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି । ସବୁଠାରୁ ବଡ଼ କଥା ହେଲା ଏହି ମିଛ ଦୁଷ୍କର୍ମ ମାମଲାରୁ ପୁଲିସ୍‌ ଏକାଧିକ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାର ନଜିର ରହିଛି । ୨୦୨୩ରୁ ୨୦୨୫ରେ ରାଜ୍ୟରେ ମୋଟ୍‌ ୮ ହାଜର ୮୭୩ ଦୁଷ୍କର୍ମ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ୨୦୨୩ରେ ୨୮୨୬ଟି, ୨୦୨୪ରେ ୩୦୫୪ ଓ ୨୦୨୫ରେ ୨୯୯୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଚାର୍ଜସିଟ୍‌ ଦେବା ସମୟରେ ପୁଲିସ୍‌ ଝୁଣ୍ଟିଥିଲା । ଏହି ୩ ବର୍ଷରେ ୭୦୯ ଟି ଦୁଷ୍କର୍ମ ମିଛ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା । ୨୦୨୩ରେ ମସିହାରେ ୧୪୧ଟି, ୨୦୨୪ରେ ୨୫୯ ଓ ୨୦୨୫ରେ ୩୦୬ ଟି ଦୁଷ୍କର୍ମ ମିଥ୍ୟା ବୋଲି ଜଣାପଡ଼ିଲା। ତେବେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଥାନାକୁ ଆସିଛି । ପ୍ରତିଶୋଧ ନେବାକୁ ଯାଇ ଅନେକ ମହିଳା ଓ ଯୁବତୀ ଥାନାରେ ଏତଲା ଦେଉଛନ୍ତି । ତା’ଛଡା ଦୁଷ୍କର୍ମ ମାମଲା ରୁଜୁ ହେଲେ ଆର୍ଥିକ ଅନୁକମ୍ପାର ବ୍ୟବସ୍ଥା ରହିଛି । ତେଣୁ ଟଙ୍କା ପାଇବା ଲୋଭରେ ଥାନାରେ ଏତଲା ଦେଉଥିବା ଜଣାପଡ଼ିଛି ।

ତଦନ୍ତ କଲେ ପୁଲିସ୍‌ ବଦନାମ ! 

ଯଦି କୌଣସ ମହିଳା ଦୁଷ୍କର୍ମ ଅଭିଯୋଗ ଆଣୁଛି ପୁଲିସ୍‌ ତୁରନ୍ତ ମାମଲା ରୁଜୁ କରି ଆରମ୍ଭ କରୁଛି ତନାଘନା । ବିଭିନ୍ନ ପ୍ରତିଶ୍ରୁତି ଦେଇ ଯଦି କୌଣସି ବ୍ୟକ୍ତି ସହମତିରେ ଶାରିରୀର ସମ୍ପର୍କ ରଖିଛି ତା’ହେଲେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରୁଛି। କିଛି ଘଟଣାରେ ସହମତିରେ ଶାରିରୀର ସମ୍ପର୍କ ରଖି ସ୍ୱାର୍ଥ ହାସଲ କରିବାକୁ ମହିଳା ଓ ଯୁବତୀମାନେ ଦୁଷ୍କର୍ମ ଅଭିଯୋଗ କରୁଛନ୍ତି। ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଉଛି ଏହା ଦୁଷ୍କର୍ମ ନୁହେଁ। ହେଲେ ଯଦି ଅଭିଯୁକ୍ତ ସପକ୍ଷରେ ପୁଲିସ୍‌ କିଛି କୁହେ କି ଗିରଫ କରେନାହିଁ, ତେବେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବଦନାମ ଭୟରେ ପୁଲିସ୍‌ ସଠିକ୍‌ ତଦନ୍ତ ନକରି ଅଭିଯୋଗ ପାଇବା ମାତ୍ରେ ଗିରଫ କରି କୋର୍ଟ ଚାଲାଣ କରୁଛି। ପରେ ସାକ୍ଷପ୍ରମାଣ ଅଭାବରୁ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେଉଛି।

କେଉଁଟା ଦୁଷ୍କର୍ମ ?

କୌଣସି ନାରୀର ଅନିଚ୍ଛା ସତ୍ତ୍ଵେ ତା’ ସହିତ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବାମାନେ ହେଲା ଦୁଷ୍କର୍ମ । ତା’ଛଡା ନାବାଳିକା, ମାନସିକ ଓ ଶାରୀରିକ ବିକଳାଙ୍ଗ ନାରୀ ସହ ଯଦି କୌଣସି ପୁରୁଷ ତାଙ୍କ ସହମତିରେ ଶାରୀରିକ ସମ୍ପର୍କ ରଥିଲେ ତାକୁ ଦୁଷ୍କର୍ମରେ ଗଣାଯିବ । ସେପଟେ ଶିକ୍ଷିତ ଓ ସାବାଳିକା ସହମତିରେ ଯଦି କାହା ସହ ସମ୍ପର୍କ ରଖେ ତାହା ଦୁଷ୍କର୍ମ ନୁହେଁ ବୋଲି ଆଇନ୍‌ କହୁଛି । ହେଲେ ପୁଲିସ୍‌ ଅଭିଯୋଗ ପାଇଲା ମାତ୍ରେ ମାମଲା ରୁଜୁ କରୁଛି । କାରଣ ଆଇନ୍‌ କହୁଛି ଯଦି କୌଣସି ମହିଳା ଲିଖିତ ଅଭିଯୋଗ କରୁଛି ତା’ହେଲେ ତୁରନ୍ତ ମାମଲା ରୁଜୁ କର । ତାର ଲିଖିତ ଏତଲା ହିଁ ପ୍ରମାଣ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button