ରାଜ୍ୟ

Orangutans Heath Update: ଖେଳକୁଦ କରିବା ସହ ସକ୍ରିୟ ଅଛନ୍ତି ୪ ଓରାଙ୍ଗଉଟାନ, ଗୋଟିଏ ଓରାଙ୍ଗଉଟାନକୁ ରକ୍ତହୀନତା

ବାରଙ୍ଗ ୨୪/୦୯: ବାଲେଶ୍ୱରରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ୫ ଓରାଙ୍ଗଉଟାନ ଶାବକ ଧୀରେ  ଧୀରେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହେଉଛନ୍ତି ।   ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟୁଛି । ସାଧାରଣ ଭାବରେ  ସେମାନେ ଖାଇବା ପିଇବା କରୁଛନ୍ତି । ତେବେ ଗୋଟିଏ  ଶାବକଠାରେ ରକ୍ତହୀନତା ଦେଖାଦେଇଛି । ତେଣୁ ତା’ର ସ୍ୱାସ୍ଥ୍ୟ ଉପରେ ଅଧିକ ନଜର ରଖାଯାଇଥିବା କର୍ତ୍ତୃପକ୍ଷ  କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ  ବାଲେଶ୍ୱରରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇ  ନନ୍ଦନକାନନ ଆସିଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର  ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ  ରଖାଯାଇଛି । ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି  ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶରେ  ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ  ଚିକିତ୍ସା କରୁଛନ୍ତି । କିଛି  ସମୟ ଅନ୍ତରରେ ଆବଶ୍ୟକ ଖାଦ୍ୟ ଦିଆଯାଉଛି । କ୍ଷୀର  ପାଉଡ଼ର ପରିମାଣ ବୃଦ୍ଧି କରାଯିବା ସହିତ ଗାଜର ଓ  ବିନ୍‌ସ ସିଝା ଖାଇବାକୁ ଦିଆଯାଉଛି । ସଙ୍ଗରୋଧରେ ରହିବା  ଇତିମଧ୍ୟରେ ୧୬ ଦିନ ବିତିଗଲାଣି । ସେମାନେ ଖେଳକୁଦ  କରିବା ସହିତ ସକ୍ରିୟ ହେଉଛନ୍ତି । ନିୟମ ଅନୁଯାଇ ସେମାନେ ଆହୁରି ୧୪ ଦିନ ସଙ୍ଗରୋଧରେ ରହିବେ । ପରେ ସେମାନେ  କେଉଁଠି ରହିବେ ସ୍ପଷ୍ଟ ହେବ ।

​​​​​​​

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button