ରାଜ୍ୟ

Mahanadi Water Dispute: ମହାନଦୀ ଜଳ ବିବାଦର ସମାଧାନର ମଧ୍ୟସ୍ଥି କରିବେ ଅମିତ ଶାହା

ମହାନଦୀ ଜଳ ବିବାଦ ନେଇ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ। ଆଲୋଚନା ମାଧ୍ୟମରେ ସମାଧାନ ଉଦ୍ୟମ ଜାରି।

ସମାଧାନର ନିକଟତର ହେଉଛୁ, ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବାର ଆଶା- ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ

ଭୁବନେଶ୍ୱର:  ଅନେକ ଦିନ ଧରି ମହାନଦୀର ଜଳର ବ୍ୟବହାର ଓ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି। ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଏବଂ ଟ୍ରିବୁନାଲ୍‌ ମଧ୍ୟ ଗଠନ କରାଯାଇଛି। ଉଭୟ ରାଜ୍ୟର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ସମାଧାନର ଆଶା ମଧ୍ୟ ସ୍ପଷ୍ଟଦେଖାଯାଉନଥିଲା। ସମ୍ପ୍ରତି ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହସ୍ତକ୍ଷେପ କରିଛନ୍ତି। ଆଜି (ଗୁରୁବାର) ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button