ରାଜ୍ୟ

Sambad’ and ‘Kanak News: ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ ୪ରେ: ଏଥରର ଅତିଥି ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ପି. ସାଇନାଥ

‘ସମ୍ବାଦ’ର ୪୨ ବର୍ଷ ଓ ‘କନକ ନ୍ୟୁଜ୍‌’ର ୧୭ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୪ ତାରିଖ ସନ୍ଧ୍ୟା ୫ଟା ୩୦ରେ ଜୟଦେବ ଭବନରେ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହେବ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ...

ଭୁବନେଶ୍ୱର: ‘ସମ୍ବାଦ’ର ୪୨ ବର୍ଷ ଓ ‘କନକ ନ୍ୟୁଜ୍‌’ର ୧୭ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୪ ତାରିଖ ସନ୍ଧ୍ୟା ୫ଟା ୩୦ରେ ଜୟଦେବ ଭବନରେ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହେବ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଭାରତୀୟ ସାମ୍ବାଦିକତାକୁ ଉଲ୍ଲେଖନୀୟ ଅବଦାନର ସ୍ବୀକୃତିସ୍ବରୂପ ‘ସମ୍ବାଦ’ ପକ୍ଷରୁ ଚଳିତବର୍ଷଠାରୁ ଏକ ନୂତନ ସମ୍ମାନ ପ୍ରଦାନର ପରମ୍ପରା ଆରମ୍ଭ ହେଉଛି। ଏହି କ୍ରମରେ ରାମନ୍‌ ମ୍ୟାଗସେସ୍‌ ପୁରସ୍କାର ବିଜେତା ତଥା ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ପି. ସାଇନାଥ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ସହ ପ୍ରଥମ ‘ସମ୍ବାଦ ସାମ୍ବାଦିକତା ସମ୍ମାନ’ ଗ୍ରହଣ କରିବେ। ଏହି ଉତ୍ସବରେ ଶୁଭେଚ୍ଛୁମାନେ ବହୁସଂଖ୍ୟାରେ ଯୋଗ ଦେବାକୁ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଅନୁରୋଧ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button