Accident: ଏମ୍ଭି ୩୧ ନିକଟରେ ମୁହାଁମୁହିଁ ଧକ୍କା: ଜଣେ ମୃତ; ୩ ଗୁରୁତର
କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଭି ୩୧ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହେଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମାଲକାନଗିରି: କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଭି ୩୧ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହେଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି
ସୂଚନା ଅନୁଯାୟୀ, କାମବେଡା ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୪୯ ଗ୍ରାମର ଜୟଦେବ ଗାଇନ୍ ନାମକ ଯୁବକ (୩୨) ମାଲକାନାଗିରି ସଦରରେ ପନିପରିବା ବିକ୍ରି କରି ଘରକୁ ଫେରୁଥିବା ବେଳେ ମାଲକାନଗିରି ସଦର ୩ ଯୁବକ କାମବେଡାରେ କିଛି କାମ ସାରି ଫେରୁଥିବା ବେଳେ ଏମ୍ଭି ୩୧ ଗ୍ରାମ ନିକଟରେ ମୁହାଁମୁଁହି ଦୁର୍ଘଟଣା ହେବ ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ। କିଛି ଲୋକ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କୋରକୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରେ ଡ଼ାକ୍ତର ଜୟଦେବ ଗାଇନ୍ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଅଣାଯାଇଥିଲା। ୨ ଜଣ ଅଳ୍ପ ଆଘାତ ପାଇଥିବା ବେଳେ ଜଣଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହେତୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ କେଉ ପରିସ୍ଥିତି ପାଇଁ ଦୁର୍ଘଟଣା ଘଟିଥିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ




