ରାଜ୍ୟ

Shodasha Puja: ଆଜିଠାରୁ ବଡ଼ଦେଳରେ ଷୋଳ ପୂଜା ନୀତି, ଆରମ୍ଭ ହେବ ଶ୍ରୀ ଦୁର୍ଗାମାଧବଙ୍କ ଉପାସନା

ପୁରୀ,୦୩/୧୦: ଆଜି ମୂଳାଷ୍ଟମୀରେ  ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ  ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ଏହି  ଅବସରରେ ଶ୍ରୀମନ୍ଦିରରେ ମା’ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରର ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନାର ଶୂଭାରମ୍ଭ ହେବ । ବଡ଼ଦେଉଳ ରତ୍ନଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣ  ପ୍ରତିମା ରତ୍ନ ସିଂହାସନରେ ବିଜେ କରିବେ ।  ମା’ସୁଭଦ୍ରାଙ୍କ ଆଜ୍ଞାମାଳ ପାଇ ମା’ଦୁର୍ଗା  ସୋମନାଥ ମଣ୍ଡପକୁ ବିଜେ ହେବେ । ସେଠାରେ  ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ହୋଇ  ଠାକୁରାଣୀଙ୍କ ବେଶ ବଢ଼ିବ। ଯଥାବିଧି ସହସ୍ର  କୁମ୍ଭାଭିଷେକ ନୀତି ସମ୍ପନ୍ନ ହେବ । ଏଥିସହ  ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିରରେ  ଦୁର୍ଗାମାଧବ ଉପାସନା ଆରମ୍ଭ ହେବ ।

ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ ।  ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର  ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ  ସହିତ ଉପାସନା ପ୍ରଚଳିତ । ଶନିବାର  ଅପରାହ୍ନରେ ମାଧବ ଆଜ୍ଞାମାଳ ପାଇ ଭଣ୍ଡାର  ଦ୍ୱାରକୁ ଆସିବେ । ପୂର୍ବରୁ ସେଠାରେ ଦେବୀ  ଦୁର୍ଗା ଅଧିଷ୍ଠିତ ହୋଇଥିବେ । ବିଧି ଅନୁସାରେ  ଉଭୟ ଦେବଦେବୀ ରୁନ୍ଧା ହେବେ । ପରେ  ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ  ଦେବଦେବୀ ବିଜେ ହୋଇ ଯଥାବିଧି ପୂଜା  ସମ୍ପନ୍ନ ହେବ ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button