ରାଜ୍ୟ
Brown Sugar Seized ଜୟପୁରରୁ ୪୫ଲକ୍ଷଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୬ ଗିରଫ
ଜୟପୁରରେ ପୁଲିସ ଚଢ଼ାଉ କରି ୪୦୩.୨ ଗ୍ରାମ ବ୍ରାଉନ୍ସୁଗାର ଜବତ ସହ ୬ ଜଣଙ୍କୁ ଗିରଫ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୪୫ ଲକ୍ଷରୁ ଅଧିକ। ଏହା ଆନ୍ତଃଜିଲ୍ଲା ନେଟ୍ୱର୍କ ବୋଲି ପୁଲିସ କହିଛି।

ଜୟପୁର (ଦେବାଶିଷ ସାହୁ): ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନରେ ଜୟପୁର ଟାଉନ୍ ପୁଲିସ ଚଢ଼ାଉକରି ଜୟପୁର କେନାଲ ରୋଡ୍ ନିକଟରୁ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୦୩.୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି। ଏଥିସହ ଏକ ଡିଜାୟର୍ କାର୍, ୨୦ ହଜାର ଟଙ୍କା ନଗଦ, ୮ଟି ମୋବାଇଲ୍ ଫୋନ୍, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରି ଜବତ ହୋଇଛି।
ସୌଜନ୍ୟ ସମ୍ବାଦ




