ରାଜ୍ୟ

Brown Sugar Seized ଜୟପୁରରୁ ୪୫ଲକ୍ଷଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୬ ଗିରଫ

ଜୟପୁରରେ ପୁଲିସ ଚଢ଼ାଉ କରି ୪୦୩.୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ ସହ ୬ ଜଣଙ୍କୁ ଗିରଫ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୪୫ ଲକ୍ଷରୁ ଅଧିକ। ଏହା ଆନ୍ତଃଜିଲ୍ଲା ନେଟ୍‌ୱର୍କ ବୋଲି ପୁଲିସ କହିଛି।

ଜୟପୁର (ଦେବାଶିଷ ସାହୁ): ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନରେ ଜୟପୁର ଟାଉନ୍‌ ପୁଲିସ ଚଢ଼ାଉକରି ଜୟପୁର କେନାଲ ରୋଡ୍‌ ନିକଟରୁ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ  ୪୦୩.୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି। ଏଥିସହ ଏକ ଡିଜାୟର୍‌ କାର୍‌, ୨୦ ହଜାର ଟଙ୍କା ନଗଦ, ୮ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରି ଜବତ ହୋଇଛି।

ରବିବାର ଜୟପୁର ଟାଉନ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅର୍ଚ୍ଚିତା ମିତ୍ତଲ ଚଢ଼ାଉସମ୍ପର୍କରେ ସୂଚନା ଦେଇ କହିଛନ୍ତି,  ଶନିବାର ବିଳମ୍ବିତ ରାତିରେ ଟାଉନ୍‌ ଥାନାର ଏକ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ କେନାଲ ରୋଡ୍‌ ନିକଟରେ ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ସୂଚନା ପାଇଥିଲା। ପୁଲିସ ଟିମ୍‌ ସେଠାରେ ପହଞ୍ଚି ଛପି ରହିଥିଲା। ପ୍ରଥମେ ୨ ଜଣ ସ୍ଥାନୀୟ ଯୁବକ ସେଠାରେ ଥିବା ବେଳେ କିଛି ସମୟ ପରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟର୍‌ କାର୍‌ ଆସି ପହଞ୍ଚିଥିଲା। କାର୍‌ରେ ଥିବା ବ୍ୟକ୍ତିଙ୍କୁ ମିଶାଇ ଘଟଣାସ୍ଥଳରେ ମୋଟ ୭ ଜଣ ଥିଲେ। ପୁଲିସ ଅତର୍କିତ ଚଢ଼ଉ କରି ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button