ଦେଶ ବିଦେଶ

Harassment: ଦିଲ୍ଲୀରେ ମହିଳାଙ୍କୁ ଅସଦାଚରଣ ମାମଲା : ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ପୁଲିସକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ-ଏନ୍‌ସିଆରରେ ନିକଟରେ ଘଟିଥିବା ଦୁଷ୍କର୍ମ ଘଟଣାଗୁଡ଼ିକ ଉପରେ ସୋମବାର ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ଅତ୍ୟନ୍ତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ନିକଟରେ ଘଟିଥିବା ଦୁଷ୍କର୍ମ ଘଟଣାଗୁଡ଼ିକ ଉପରେ ସୋମବାର ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ଅତ୍ୟନ୍ତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜେବି ପାର୍ଦ୍ଦିୱାଲା ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ଅପରାଧୀଙ୍କ ବିରୋଧରେ ପୁଲିସକୁ ‘ଅତି ନିର୍ଦ୍ଦୟ’ ହେବାର ଆବଶ୍ୟକତା ରହିଛି ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରତ୍ୟେକ ମହିଳା ରାତି ୧୦ଟାରେ ମେଟ୍ରୋ, ସଡ଼କ କିମ୍ବା ଚାଲି ଚାଲି ଯାଉଥିବା ସମୟରେ ନିଜକୁ ସୁରକ୍ଷିତ ମନେ କରିବା ଉଚିତ। ଅପରାଧ ପ୍ରବଣ ବ୍ୟକ୍ତି ବା ଅପରାଧୀଙ୍କ ମନରେ ପୁଲିସ ଏଭଳି ଭୟ ଓ ଆଶଙ୍କା ସୃଷ୍ଟି କରିବା ଦରକାର, ଯେପରି ସେମାନେ ଭାବିବେ ଯେ ‘ଯଦି ଆମେ ଏଭଳି ଅପରାଧ କରିବୁ ତେବେ ମରିଯିବୁ’, ନଚେତ୍ ଏଭଳି ଅପରାଧକୁ ରୋକାଯାଇ ପାରିବ ନାହିଁ।

ଅଦାଲତ ଦିଲ୍ଲୀ ପୁଲିସକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ଭଳି ଦେଶରେ କେବଳ କାଗଜପତ୍ରରେ ନିୟମ ଲେଖିବା ଯଥେଷ୍ଟ ନୁହେଁ, ବରଂ ପ୍ରକୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ଏହି ସମୟରେ କିଛି ଲୋକ ବା ସଙ୍ଗଠନ ସମ୍ବିଧାନର ଧାରା ୨୧ (ଜୀବନ ରକ୍ଷା ଅଧିକାର)କୁ ନେଇ ହଇଚଇ କରିପାରନ୍ତି କିମ୍ବା ଅଭିଯୁକ୍ତଙ୍କ ପ୍ରତି ଖରାପ ବ୍ୟବହାର ନେଇ ସ୍ୱର ଉତ୍ତୋଳନ କରିପାରନ୍ତି, ମାତ୍ର କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ଧ୍ୟାନ ନଦେଇ ନିଜ କର୍ତ୍ତବ୍ୟ କରିବା ଉଚିତ ଏବଂ ଦୁଷ୍କର୍ମଭଳି ଜଘନ୍ୟ ଅପରାଧ କରଉଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ। ଏଥିସହ ବସ୍ ଷ୍ଟପ୍, ମେଟ୍ରୋ, ରେଳ ଷ୍ଟେସନ ଏବଂ ସ୍କୁଲ ଓ କଲେଜ ନିକଟବର୍ତ୍ତୀ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନଜର ରଖିବା ପ୍ରକ୍ରିୟାକୁ ଜୋରଦାର କରିବାକୁ କୋର୍ଟ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button