ରାଜ୍ୟ

Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା

ଘର ଖଣ୍ଡିଏ ପାଇଁ ଦରଖାସ୍ତ ଧରି ପଞ୍ଚାୟତ ଅଫିସ ଓ ବ୍ଲକ ଦୌଡ଼ିଦୌଡ଼ି କାର୍ଯ୍ୟାଦେଶ ପାଇଥିଲେ ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ବିଟ୍‌ସାହି ବସ୍ତିର ଗରିବ ଦିନ ମଜୁରିଆ ମାକି ଓ ମଟାଇ ପୂର୍ତ୍ତି ଦମ୍ପତି। ନଡ଼ିଆ ବାଡ଼େଇ ନିଅଁ ଖୋଳିଲା ଦିନ କେତେ ଖୁସି ହୋଇଥିଲେ।

କାଳିଆପାଣି (ରବି ନାରାୟଣ କର): ଘର ଖଣ୍ଡିଏ ପାଇଁ ଦରଖାସ୍ତ ଧରି ପଞ୍ଚାୟତ ଅଫିସ ଓ ବ୍ଲକ ଦୌଡ଼ିଦୌଡ଼ି କାର୍ଯ୍ୟାଦେଶ ପାଇଥିଲେ ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ବିଟ୍‌ସାହି ବସ୍ତିର ଗରିବ ଦିନ ମଜୁରିଆ ମାକି ଓ ମଟାଇ ପୂର୍ତ୍ତି ଦମ୍ପତି। ନଡ଼ିଆ ବାଡ଼େଇ ନିଅଁ ଖୋଳିଲା ଦିନ କେତେ ଖୁସି ହୋଇଥିଲେ। ବର୍ଷାଦିନେ ରାତିରେ ଆଉ ବିଷଧର ସାପ କିମ୍ବା ସରୀସୃପ ଡର ରହିବନି। ଭାଇସାହି ଓ ବନ୍ଧୁବାନ୍ଧବ ଡାକି ପ୍ରତିଷ୍ଠା ଉତ୍ସବ କରାଇ ସେହି କୋଠାଘରେ ଭଲରେ ରହିବେ ବୋଲି ଭାବିଥିଲେ। ହେଲେ ଘର ନିର୍ମାଣ ପରେ ତାଙ୍କର ସବୁ ଆଶା ଏବେ ପାଣି ଫୋଟକା ଭଳି ମିଳେଇ ଯାଇଛି।

ଠିକାଦ‌ାର କଥାରେ ବ୍ୟାଙ୍କ ଉଠାଣ ଫର୍ମରେ ଟିପଚିହ୍ନ ଦେଇ ତାକୁ ସମସ୍ତ ପ୍ରାପ୍ୟ ଟେକି ଦେବା ପରେ ଏବେ ଏହି ଦମ୍ପତି ଉପାୟଶୂନ୍ୟ। ୩ ବର୍ଷ ତଳୁ ତିଆରି ହୋଇଥିବା ପକ୍କାଘର ଆରମ୍ଭରୁ ବିପଦ ସଂକୁଳ। ଭିତରେ ପଶିବାକୁ ଡର ଲାଗୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବନିର୍ମିତ କଂକ୍ରିଟ୍‌ ଛାତ ଓ ସିମେଣ୍ଟ୍‌ ଇଟା କାନ୍ଥ ଥାଇ ଏହି ପକ୍କାଘର ବ୍ୟବହାର ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ୫ ଜଣିଆ ଆଦିବାସୀ ପରିବାର ବାଧ୍ୟହୋଇ ପୁରୁଣା ଭଙ୍ଗାଦଦରା ଘରକୁ ମରାମତି କରି ସେହିଠାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକାମିର ଶିକାର ହୋଇଥିବା ଜାଣି ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button