ରାଜ୍ୟ
Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା
ଘର ଖଣ୍ଡିଏ ପାଇଁ ଦରଖାସ୍ତ ଧରି ପଞ୍ଚାୟତ ଅଫିସ ଓ ବ୍ଲକ ଦୌଡ଼ିଦୌଡ଼ି କାର୍ଯ୍ୟାଦେଶ ପାଇଥିଲେ ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ବିଟ୍ସାହି ବସ୍ତିର ଗରିବ ଦିନ ମଜୁରିଆ ମାକି ଓ ମଟାଇ ପୂର୍ତ୍ତି ଦମ୍ପତି। ନଡ଼ିଆ ବାଡ଼େଇ ନିଅଁ ଖୋଳିଲା ଦିନ କେତେ ଖୁସି ହୋଇଥିଲେ।

କାଳିଆପାଣି (ରବି ନାରାୟଣ କର): ଘର ଖଣ୍ଡିଏ ପାଇଁ ଦରଖାସ୍ତ ଧରି ପଞ୍ଚାୟତ ଅଫିସ ଓ ବ୍ଲକ ଦୌଡ଼ିଦୌଡ଼ି କାର୍ଯ୍ୟାଦେଶ ପାଇଥିଲେ ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ବିଟ୍ସାହି ବସ୍ତିର ଗରିବ ଦିନ ମଜୁରିଆ ମାକି ଓ ମଟାଇ ପୂର୍ତ୍ତି ଦମ୍ପତି। ନଡ଼ିଆ ବାଡ଼େଇ ନିଅଁ ଖୋଳିଲା ଦିନ କେତେ ଖୁସି ହୋଇଥିଲେ। ବର୍ଷାଦିନେ ରାତିରେ ଆଉ ବିଷଧର ସାପ କିମ୍ବା ସରୀସୃପ ଡର ରହିବନି। ଭାଇସାହି ଓ ବନ୍ଧୁବାନ୍ଧବ ଡାକି ପ୍ରତିଷ୍ଠା ଉତ୍ସବ କରାଇ ସେହି କୋଠାଘରେ ଭଲରେ ରହିବେ ବୋଲି ଭାବିଥିଲେ। ହେଲେ ଘର ନିର୍ମାଣ ପରେ ତାଙ୍କର ସବୁ ଆଶା ଏବେ ପାଣି ଫୋଟକା ଭଳି ମିଳେଇ ଯାଇଛି।
ସୌଜନ୍ୟ ସମ୍ବାଦ




