ରାଜ୍ୟ

Dead Body: ୩୬ ଘଣ୍ଟା ଧରି ମେଡିକାଲରେ ପଡ଼ି ରହିଛି ଶବ: ହୋଇପାରୁନି ବ୍ୟବଚ୍ଛେଦ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅମାନବୀୟ ଚିତ୍ର ଦେଖିବାକୁ ମିଳିଛି। ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ଜଣେ ମୃତ ବ୍ୟକ୍ତିଙ୍କ ଶବ ମେଡିକାଲ ଭିତରେ ପଡ଼ି ରହିଛି, ନା ଶବ ବ୍ୟବଚ୍ଛେଦ ପାଇଁ ଯାଇଛି ନା ମେଡିକାଲରୁ ଉଠିଛି।

ଠାକୁରମୁଣ୍ଡା(ଯୋଗେନ୍ଦ୍ର ପାତ୍ର): ମୟୂରଭଞ୍ଜଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅମାନବୀୟ ଚିତ୍ର ଦେଖିବାକୁ ମିଳିଛି। ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ଜଣେ ମୃତ ବ୍ୟକ୍ତିଙ୍କ ଶବ ମେଡିକାଲ ଭିତରେ ପଡ଼ି ରହିଛି, ନା ଶବ ବ୍ୟବଚ୍ଛେଦ ପାଇଁ ଯାଇଛି ନା ମେଡିକାଲରୁ ଉଠିଛି। ମୃତକ ଜଣକ ହେଲେ ଶାମ ମାର୍ଣ୍ଡି (୪୦) , ତାଙ୍କ ଘର ବହଳଦାର ତେନ୍ତଳା ଗ୍ରାମରେ l

ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ୨ ଟା ମିନିଟରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡମିସନ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ବେଳକୁ ପରିସ୍ରା ପାଇଁ ବେଡରୁ ଉଠି ବାଥ ରୁମକୁ ନଯାଇ ରାମ୍ପରେ ତଳକୁ ଯାଉଥିବା ବେଳେ ଖସି ପଡ଼ିଥିଲା l ସ୍ତ୍ରୀ ଏବଂ ସିକ୍ୟୁରିଟି ମିଶି ଟେକି ନେଇଥିଲେ ବେଡ଼କୁ l ସ୍ତ୍ରୀ ଶାମକୁ ପାଣି ପିଇବାକୁ ଦେଇଥିଲା l ପରେ ସନ୍ଧ୍ୟା ୫. ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘର ଲୋକ ଆଜି ଆସିବେ

କିନ୍ତୁ ଆଶ୍ଚର୍ଯ୍ୟର କଥା, ସ୍ୱାମୀଙ୍କ ମୃତ୍ୟୁ ପରେ ସକାଳୁ ସ୍ତ୍ରୀ ସୁଶୀଳା ମାର୍ଣ୍ଡି ନିଜ ଛୁଆକୁ ଧରି ମେଡିକାଲରୁ ପଳାଇଯାଇଥିବା କୁହାଯାଉଛି। ଫଳରେ ଶବ ସେମିତି ପଡ଼ି ରହିଛି। ଏତେ ସମୟ ବିତିଯାଇଥିଲେ ମଧ୍ୟ ଥାନା, ପ୍ରଶାସନ କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା କିମ୍ବା ପରିବାର ଲୋକଙ୍କୁ ଖୋଜି ବାହାର କରିବାରେ ବିଫଳ ହୋଇଛନ୍ତି। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରେ ମହୁଲଡିହା ଥାନାକୁ ଅବଗତ କରିବା ପରେ ମହୁଲଡିହା ଥାନା ପକ୍ଷରୁ ଡାକ୍ତରଖାନା ଆସି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଶାମର ପରିବାର ସନ୍ଧାନ ମିଳିଛି l ଘର ଲୋକ ଆଜି ଆସିବେ ବୋଲି ମହୁଲଡିହା ପୁଲିସ ସୂଚନା ଦେଇଛି l

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button