Mathematician: ୨୦୨୬ ରାମାନୁଜନ ପୁରସ୍କାର ପାଇଲେ ଭାରତୀୟ ଗଣିତଜ୍ଞ ମହେଶ କାକଡେ: ବୀଜଗାଣିତିକ ସଂଖ୍ୟାତତ୍ତ୍ବରେ ଅବଦାନ ପାଇଁ ସମ୍ମାନ
ଭାରତୀୟ ଗଣିତଜ୍ଞ ତଥା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ପ୍ରଫେସର ମହେଶ କାକଡେଙ୍କୁ ୨୦୨୬ ବର୍ଷର ରାମାନୁଜନ ପୁରସ୍କାର ପ୍ରଦାନ କରାଯାଇଛି। ବୀଜଗାଣିତିକ ସଂଖ୍ୟାତତ୍ତ୍ବ କ୍ଷେତ୍ରରେ ତାଙ୍କର ଗବେଷଣା ଓ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

ବେଙ୍ଗାଲୁରୁ: ଭାରତୀୟ ଗଣିତଜ୍ଞ ତଥା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ପ୍ରଫେସର ମହେଶ କାକଡେଙ୍କୁ ୨୦୨୬ ବର୍ଷର ରାମାନୁଜନ ପୁରସ୍କାର ପ୍ରଦାନ କରାଯାଇଛି। ବୀଜଗାଣିତିକ ସଂଖ୍ୟାତତ୍ତ୍ବ କ୍ଷେତ୍ରରେ ତାଙ୍କର ଗବେଷଣାଓ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଅନ୍ତର୍ଜାତୀୟ ସୈଦ୍ଧାନ୍ତିକ ପଦାର୍ଥବିଜ୍ଞାନ କେନ୍ଦ୍ର (ଆଇସିଟିପି) ଓ ଅନ୍ତର୍ଜାତୀୟ ଗଣିତ ସଂଘ (ଆଇଏମ୍ୟୁ) ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
କାକଡେଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ହେଉଛି ବୀଜଗାଣିତିକ ସଂଖ୍ୟାତତ୍ତ୍ବ। ଏଥିରେ ବୀଜଗଣିତର ଧାରଣା, ଯଥା କ୍ଷେତ୍ର ଓ ଗୋଷ୍ଠୀର ବ୍ୟବହାର କରି ସଂଖ୍ୟା ସମ୍ପର୍କିତ ଜଟିଳ ସମସ୍ୟାର ସମାଧାନ ଖୋଜାଯାଏ। ନନ୍-କମ୍ୟୁଟେଟିଭ୍ ଇୱାସାୱା ସିଦ୍ଧାନ୍ତ ଉପରେ ତାଙ୍କର ମୌଳିକ ଫଳାଫଳ ସହ ଗ୍ରସ୍-ଷ୍ଟାର୍କ ଓ ବ୍ରୁମର-ଷ୍ଟାର୍କ ଅନୁମାନ ଉପରେ କରିଥିବା କାମକୁ ମଧ୍ୟ ପୁରସ୍କାର କମିଟି ସ୍ୱୀକୃତି ଦେଇଛି।
ମହେଶ କାକଡେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟ୍ରୁ ଗଣିତରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପରେ ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକୋତ୍ତର ଓ ୨୦୦୮ରେ ଶୁଦ୍ଧଗଣିତରେ ଡକ୍ଟରେଟ୍ ହାସଲ କରିଥିଲେ।
ସୌଜନ୍ୟ ସମ୍ବାଦ




