ଦେଶ ବିଦେଶ

NDA: ମୋଦୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା: ‘ଠିକ୍‌ ସମୟରେ ଠିକ୍‌ ନେତା’ କହିଲେ ଏନ୍‌ଡିଏ ସହଯୋଗୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ଯାତ୍ରାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକର ନେତାମାନେ ତାଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ମୋଦୀ ପ୍ରଥମଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ଯାତ୍ରାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକର ନେତାମାନେ ତାଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ମୋଦୀ ପ୍ରଥମଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୧୩ ବର୍ଷ ପରେ ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରଠାରୁ ସେ ଲଗାତାର ୩ ଥର ଲୋକସଭା ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମୋଦୀଙ୍କ ୨୫ ବର୍ଷର ଯାତ୍ରାକୁ ‘ଉଲ୍ଲେଖନୀୟ ସଫଳତା’ ବୋଲି କହିଛନ୍ତି। ଭାରତ ‘ଠିକ୍‌ ସମୟରେ, ଠିକ୍‌ ସ୍ଥାନରେ ଠିକ୍‌ ନେତା’ ପାଇଛି ବୋଲି ସେ କହିଛନ୍ତି। ମୋଦୀଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଦେଶ ଆଗକୁ ବଢ଼ୁଥିବା ନାଇଡୁ କହିଛନ୍ତି। ଆନ୍ଧ୍ରପ୍ରଦେଶରେ ବିକାଶ, ପୁଞ୍ଜିନିବେଶ, ଭିତ୍ତିଭୂମି ଓ ରୋଜଗାର ସୁଯୋଗ ବଢ଼ାଇବା ପାଇଁ ଉଭୟ ସରକାର ମିଳିତ ଭାବେ କାମ କରୁଥିବା ସେ ଉଲ୍ଲେଖ କରିଛନ୍ତି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୨୦୦୧ ଅକ୍ଟୋବର ୭କୁ ଇତିହାସର ଏକ ‘ସ୍ବର୍ଣ୍ଣିମ ପୃଷ୍ଠା’ ବୋଲି କହିଛନ୍ତି। ମୋଦୀଙ୍କ ଯାତ୍ରା ସେବା, ସଂକଳ୍ପ ଓ ନିଷ୍ଠାରେ ପରିପୂର୍ଣ୍ଣ ଥିବା ସେ କହିଛନ୍ତି। ‘ରାଷ୍ଟ୍ର ପ୍ରଥମ’ ନୀତି ତାଙ୍କ ରାଜନୈତିକ ଯାତ୍ରାର ମୁଖ୍ୟ ଆଧାର ରହିଥିବା ସିନ୍ଦେ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button