ରାଜ୍ୟ

Student Union Elections: ଛାତ୍ର ସଂସଦ ନିର୍ବାଚନ: ୩୨୮ରେ କଲେଜରେ ନିର୍ବାଚନ, ୨୦୨ରେ ଚୟନ

ଓଡ଼ିଶାର ୧୩ ବିଶ୍ୱବିଦ୍ୟାଳୟ ଓ ୩୨୮ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ। ଆଉ ୨୦୫ ଉଚ୍ଚଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ମନୋନୀତ ହେବେ।

୧୩ଟି ବିଶ୍ୱ ବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ

୩ଟି ବିଶ୍ୱ ବିଦ୍ୟାଳୟ  ଓ ୨୦୨ଟି ମହାବିଦ୍ୟାଳୟ ଚୟନ ହେବେ ଛାତ୍ରନେତା

ଭୁବନେଶ୍ୱର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଜି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୩୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରନେତା ବାଛିବା ପାଇଁ ନିର୍ବାଚନ ହେବ। ସେହିପରି  ୨୦୨ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୨୦୫ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ  ଛାତ୍ରନେତା ମନୋନୀତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩ଟି ବିଶ୍ୱ ବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଛାତ୍ରନେତା ଚୟନ କରାଯିବ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button