ରାଜ୍ୟ

Dam Gate Open: ରାତି ଅଧରେ ବାଜିଲା ସାଇରନ୍, ଖୋଲିଲା ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାରର ଗେଟ୍, ଜଳ ନିଷ୍କାସିତ ଜାରି

ବ୍ରହ୍ମପୁର, ୧୫/୧୧: ଜଳସ୍ତର ନିୟନ୍ତ୍ରଣ ଓ ବନ୍ଧର ସୁରକ୍ଷା ଦୃଷ୍ଟିରୁ ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି । ନିର୍ଦ୍ଧାରିତ ମାନକ ପରିଚାଳନା ପଦ୍ଧତି (SOP) ଅନୁଯାୟୀ ରବିବାର ରାତିରେ ସାଇରନ୍ ବଜାଇବା ପରେ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି ।

ଘୋଡ଼ାହାଡ଼ ଜଳଭଣ୍ଡାରର ଗୋଟିଏ ଗେଟ୍ ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ ୦.୫୦ ମିଟର ଖୋଲାଯାଇଛି। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି । ଗେଟ୍ ଖୋଲିବା ସମୟରେ ଜଳଭଣ୍ଡାରର ଜଳପତ୍ତନ ୧୧୬.୮୬ ମିଟର ରହିଥିଲା। ଏହାର ଜୀବନ୍ତ ଜଳଧାରଣ କ୍ଷମତା ୨,୭୭୩.୯୬ ହେକ୍ଟର ମିଟର ଥିବାବେଳେ ମୋଟ ଜୀବନ୍ତ ଜଳଧାରଣ କ୍ଷମତାର ୯୦.୮୮ ପ୍ରତିଶତ ଜଳ ରହିଥିଲା ।

ସେହିପରି ବାଘଲଟି ଜଳଭଣ୍ଡାରର ଗୋଟିଏ ନିଷ୍କାସନ ଗେଟ୍ ରାତି ପ୍ରାୟ ୧୨ଟା ୦୫ ମିନିଟ୍‌ରେ ୦.୬୦ ମିଟର ଖୋଲାଯାଇଛି । ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୦.୭୨ ଘନମିଟର ଜଳ ନିଷ୍କାସିତ ହେଉଛି । ଉଭୟ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ ପରିମାଣ ସହ ତଳମୁଣ୍ଡର ଜଳପ୍ରବାହ ସ୍ଥିତି ଉପରେ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରନ୍ତର ନଜର ରଖିଛନ୍ତି । ବନ୍ଧର ସୁରକ୍ଷା ଓ ନିରାପଦ ଜଳ ପରିଚାଳନା ପାଇଁ SOP ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button