ରାଜ୍ୟ

Shocking incident: ଚାଞ୍ଚଲ୍ୟ: କୂଅରେ ଫିଙ୍ଗି ଶିଶୁପୁତ୍ରକୁ ହତ୍ୟା, ମାଆବାପାଙ୍କ ସମେତ ୫ ଅଟକ

ଯିଏ ଏଯାଏଁ ଚାଲି ଶିଖିନଥିଲା, ସେ କୂଅ ପାଖକୁ ଗଲା କେମିତି? ରାତିରେ ମା’ କୋଳରେ ଶୋଇଥିବା ୧୦ ମାସର ଶିଶୁପୁତ୍ର ସକାଳୁ କୂଅରେ ଭାସିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ।

ଯୁଯୁମୁରା: ଯିଏ ଏଯାଏଁ ଚାଲି ଶିଖିନଥିଲା, ସେ କୂଅ ପାଖକୁ ଗଲା କେମିତି? ରାତିରେ ମା’ କୋଳରେ ଶୋଇଥିବା ୧୦ ମାସର ଶିଶୁପୁତ୍ର ସକାଳୁ କୂଅରେ ଭାସିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ। ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଦଳିତପଡ଼ାରେ ଘଟିଥିବା ଏହି ରହସ୍ୟଜନକ ଶିଶୁମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହେଉଥିବା ବେଳେ ମା’, ବାପା, ଅଜା, ଆଈ ଓ ମାମୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ଶିଶୁର ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଯୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା କହିଛନ୍ତି।

ଘଟଣା ଘଟିବାର ପୂର୍ବଦିନ ବୁଧବାର ବିଳମ୍ବିତ ରାତି ସମୟ ପର୍ଯ୍ୟନ୍ତ ଉଭୟ ଫୋନ୍‌ରେ କଥା ହୋଇଥିଲେ। ରାତିରେ ରମିତା ନିଜ ୧୦ ମାସର ପୁଅ ସହ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଉଠି ପୁଅକୁ ଖୋଜିବା ବେଳେ ସେ ପାଖରେ ନଥିବା ଦେଖିଥିଲେ। ଘର ଓ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ରାତି ପ୍ରାୟ ୧୨ଟା ୩୦ରେ ଜରୁରିକାଳୀନ ନମ୍ବର ୧୧୨କୁ ଫୋନ୍‌ କରି ଶିଶୁ ନିଖୋଜ ହୋଇଥିବା ସମ୍ପର୍କରେ ଜଣାଇଥିଲେ। ଗୁରୁବାର ସକାଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସମୟରେ କୂଅରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା। ଏହି ଘଟଣାରେ ଯୁଯୁମୁରା ଥାନା ପୁଲିସ କେସ୍‌ ନମ୍ବର ୨୧୦/୨୦୨୬ ରୁଜୁ କରି ଶିଶୁ ମୃତ୍ୟୁରେ ପରିବାରର ସଦସ୍ୟଙ୍କ ଭୂମିକା ଓ ଘଟଣାକ୍ରମର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button