ଜିଲ୍ଲା
Cyclone Breaking: ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବା ଯୁବକଙ୍କ ମୃତ୍ୟୁ, ମିଳିନି ପରିଚୟ…

ପୁରୀ,୨୦/୧୧: ବାତ୍ୟା ଆଶ୍ରୟସ୍ଥଳୀକୁ ଉଦ୍ଧାର କରି ଅଣାଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ରୋଗାଗ୍ରସ୍ତ ଅବସ୍ଥାରେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଡ଼ିଥିଲେ । ପୁଲିସ ତାଙ୍କୁ ଗାଡ଼ିରେ ଉଦ୍ଧାର କରି ଆଣି ପେଣ୍ଠକଟା ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲା । ହେଲେ ତାଙ୍କୁ ଆଶ୍ରୟସ୍ଥଳୀ ଭିତରକୁ ନେବା ପୂର୍ବରୁ ଗାଡ଼ି ଭିତରେ ହିଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ପୁଲିସ ଟିମ୍ ତାଙ୍କୁ ଡାକ୍ତରଖାନା ନେଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତାଙ୍କର ପରିଚୟ ମିଳିନଥିବା ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ।
ସୌଜନ୍ୟ ପ୍ରମେୟ




