ଦେଶ ବିଦେଶ

Alligation: ‘ନିର୍ବାଚନୀ ପ୍ରକ୍ରିୟା ହାଇଜାକ୍‌ ହୋଇଛି, କାହାକୁ ବି ଛଡ଼ାଯିବନି’: ରାହୁଲ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ଏବଂ ସାମ୍ବିଧାନିକ ଅସଙ୍ଗତି ଅଭିଯୋଗ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ଏବଂ ସାମ୍ବିଧାନିକ ଅସଙ୍ଗତି ଅଭିଯୋଗ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଗାଣତନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ‘ହାଇଜାକ୍‌’ ବା ଅପହରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ବେଆଇନ କାର୍ଯ୍ୟ ପାଇଁ ଦାୟୀ ଥିବା କୌଣସି ବି ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଆଦୌ ଛଡ଼ାଯିବ ନାହିଁ ଏବଂ ସମସ୍ତଙ୍କୁ ଉତ୍ତରଦାୟୀ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ରାହୁଲ ଗାନ୍ଧୀ ସିଧାସଳଖ ଅଭିଯୋଗ ଲଗାଇଛନ୍ତି ଯେ, ସିଇସି ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ମୋହନ ଭାଗବତଙ୍କୁ ନିର୍ବାଚନ ପ୍ରକ୍ରିୟା ହାଇଜାକ୍ କରିବାରେ ବେଆଇନ ସହାୟତା କରିଛନ୍ତି, ଯାହା ଦେଶର ଗଣତନ୍ତ୍ରକୁ ଧ୍ୱଂସ କରିଦେଇଛି। ଦେଶ ଏବଂ ସମ୍ବିଧାନ ସହ କରାଯାଇଥିବା ଏହି ବ୍ୟବସ୍ଥା ଏକ ପ୍ରକାର ‘ଦେଶଦ୍ରୋହ’ ସଦୃଶ ଅଟେ। ତେଣୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଅମିତ ଶାହ ହୁଅନ୍ତୁ, ମୋହନ ଭାଗବତ ହୁଅନ୍ତୁ କିମ୍ବା ଜ୍ଞାନେଶ କୁମାର- ଏହି ସାମ୍ବିଧାନିକ ଅପରାଧ ପାଇଁ କାହାକୁ ବି କ୍ଷମା କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button