ଦେଶ ବିଦେଶ
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସଂସଦ ମାର୍ଗରୁ ନିର୍ବାଚନ କମିସନ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ‘ଇଣ୍ଡିଆ’ ମେଣ୍ଟର ପ୍ରତିବାଦ ପଦଯାତ୍ରା ସମୟରେ ମଙ୍ଗଳବାର ରାଜଧାନୀରେ ହାଇଡ୍ରାମା ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସଂସଦ ମାର୍ଗରୁ ନିର୍ବାଚନ କମିସନ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ‘ଇଣ୍ଡିଆ’ ମେଣ୍ଟର ପ୍ରତିବାଦ ପଦଯାତ୍ରା ସମୟରେ ମଙ୍ଗଳବାର ରାଜଧାନୀରେ ହାଇଡ୍ରାମା ଦେଖିବାକୁ ମିଳିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦୀପେନ୍ଦ୍ର ହୁଦା ପୁଲିସ ଅବରୋଧ ଏଡ଼ାଇ ସିଧାସଳଖ ଆକାଶବାଣୀ ଭବନ ପରିସର ମଧ୍ୟରେ ପ୍ରବେଶ କରିଛନ୍ତି। ସୁରକ୍ଷା କର୍ମୀମାନେ ନୀତି ଆୟୋଗ କାର୍ଯ୍ୟାଳୟ ନିକଟରେ ସାଂସଦମାନଙ୍କୁ ଅଟକାଇବା ପରେ ସେମାନେ ରାସ୍ତା ଉପରେ ଧାରଣାରେ ବସି ରହିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ପୁଲିସ ବାରିକେଡ୍ ଉପରକୁ ଚଢ଼ିଯାଇଥିଲେ।
ସୌଜନ୍ୟ ସମ୍ବାଦ




