ରାଜ୍ୟ

Beef trade: ଗୋମାଂସ କାରବାରକୁ ନେଇ ଔପଦାରେ ଉତ୍ତେଜନା; ଥାନାରେ ୭ ଅଭିଯୁକ୍ତ ଅଟକ

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଗଡ଼ସାହି ପଞ୍ଚାୟତ ଅଧୀନ ମାହାଲିଆ ସାହି ଗ୍ରାମରେ ଗୋମାଂସ କାରବାର ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ପୁଲିସ ୭ଜଣଙ୍କୁ ଥାନାରେ ଅଟକ ରଖିଛି। ଆଜି ଗଡ଼ସାହି ପଞ୍ଚାୟତ ମାହାଲିଆ ସାହି ଗାଁର କିଛି ଲୋକ ନିକଟସ୍ଥ...

ଔପଦା: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଗଡ଼ସାହି ପଞ୍ଚାୟତ ଅଧୀନ ମାହାଲିଆ ସାହି ଗ୍ରାମରେ ଗୋମାଂସ କାରବାର ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ପୁଲିସ ୭ଜଣଙ୍କୁ ଥାନାରେ ଅଟକ ରଖିଛି। ଆଜି ଗଡ଼ସାହି ପଞ୍ଚାୟତ ମାହାଲିଆ ସାହି ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେମାନେ ଗାଁର ଏକ ଘରେ ୧୦ଟି କଳା ପଲିଥିନ୍‌ ପୁଟୁଳା ସହ କିଛି ପାଛିଆ ଓ ବାଲ୍‌ତିରେ ମାଂସ ଥିବା ଏବଂ ପାଖରେ ଗୋରୁ ଖୁରା ଓ ଛାଲ ପଡ଼ିଥିବା ଦେଖିଥିଲେ। ସେମାନେ ପଡ଼ୋଶୀଙ୍କୁ ପଚରାଉଚରା କରି ଏହା ଗୋମାଂସ ବୋଲି ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଔପଦା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା।

୨ ପ୍ଲାଟୁନ୍‌ ଫୋର୍ସ ସହ ପହଞ୍ଚିଲେ ଏକାଧିକ ଅଧିକାରୀ
ଥାନାରେ ୭ ଅଭିଯୁକ୍ତ ଅଟକ

ହେଲେ ଉତ୍ତେଜିତ ଲୋକେ ପୁଲିସ ଗାଡ଼ି ଅଟକ ରଖିଥିଲେ। ଫଳରେ ନୀଳଗିରି, ସୋର, ଖଇରା ଓ ବାଲେଶ୍ୱର ପୁଲିସ ଏବଂ ୨ ପ୍ଲାଟୁନ୍‌ ଫୋର୍ସ ସହ ବାଲେଶ୍ୱର ଅତିରିକ୍ତ ପୁଲିସ ଅଧୀକ୍ଷକ ପରେଶ କୁମାର ରାଉତ, ନୀଳଗିରି ଏସ୍‌ଡିପିଓ ନିର୍ମଳା ଗୋଚ୍ଛାୟତ, ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏନେଇ ଗୋରୁମାଲିକ ଔପଦା ଥାନାରେ ଏତଲା ଦେଇଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ତା’ର ସହଯୋଗୀଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅଟକ ରଖିଛି। ଉଲ୍ଲେଖ ଥାଉ କି ଗଡ଼ସାହି ପଞ୍ଚାୟତ ଅଧୀନ କୃଷ୍ଣଦାସପୁର ଗ୍ରାମର ଜଣେ ବ୍ୟକ୍ତି ଗାଈ ସହ ଏକ ବାଛୁରିକୁ ମାହାଲିଆସାହିର ଜଣେ ବ୍ୟକ୍ତିଙ୍କୁ ପାଳିବା ପାଇଁ ଦେଇଥିଲେ। ହେଲେ ସେ ତା’ର କିଛି ସହଯୋଗୀଙ୍କ ସହ ମିଶି ବାଛୁରିକୁ ମାରି ମାଂସ ବିକ୍ରି ପାଇଁ ଯୋଜନା କରିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button