ଦେଶ ବିଦେଶ

BRICS: ବ୍ରିକ୍ସ ପରେ ବିମ୍‌ଷ୍ଟେକ୍‌ରୁ ଦୂରେଇଲା ବାଂଲାଦେଶ

ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ‌ହେବାକୁ ଥିବା କ୍ଷେତ୍ରୀୟ ସଙ୍ଗଠନ ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍ଟି - ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନମିକ୍‌ କର୍ପୋରେସନ)ରେ ଗୃହମନ୍ତ୍ରୀମାନଙ୍କ ପ୍ରଥମ ଐତିହାସିକ ବୈଠକରୁ ବାଂଲାଦେଶ ନିଜ ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମଦଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଢାକା: ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ‌ହେବାକୁ ଥିବା କ୍ଷେତ୍ରୀୟ ସଙ୍ଗଠନ ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍ଟି – ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନମିକ୍‌ କର୍ପୋରେସନ)ରେ ଗୃହମନ୍ତ୍ରୀମାନଙ୍କ ପ୍ରଥମ ଐତିହାସିକ ବୈଠକରୁ ବାଂଲାଦେଶ ନିଜ ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମଦଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ଟଣାଓଟରା ଭିତରେ ଢାକା ପକ୍ଷରୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ବୈଠକରେ ବାଂଲାଦେଶ ପ୍ରତିନିଧି ମଣ୍ଡଳର ନେତୃତ୍ବ ନେବେ।

ବାଂଲାଦେଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସଚିବ ମଞ୍ଜୁର ମୋର୍ଶେଦ ଚୌଧୁରୀ ୧୩ ଅକ୍ଟୋବରରେ ନୂଆଦିଲ୍ଲୀରେ ହେବାକୁ ଏହି ଉଚ୍ଚସ୍ତରୀୟ ବୈଠକରେ ବାଂଲାଦେଶର ପ୍ରତିନିଧିତ୍ବ କରିବେ। ଅଗଷ୍ଟ ୨୦୨୪ ରେ ଶେଖ ହସିନା ସରକାରଙ୍କ ବିରୋଧରେ ବିଦ୍ରୋହ ପରଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ୍‌ ମଧ୍ୟ ଭାରତ ସରକାରଙ୍କ ନିମନ୍ତ୍ରଣ ସତ୍ତ୍ୱେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଓହରି ଯାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button