ଦେଶ ବିଦେଶ

protest: ଯନ୍ତରମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ; ଦିଲ୍ଲୀରେ ଆନ୍ଦୋଳନ ପାଇଁ ଅନ୍ୟ ତିନିଟି ସ୍ଥାନ ସ୍ଥିର କଲେ କେନ୍ଦ୍ର ସରକାର

ଦିଲ୍ଲୀର ଯନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍‌ ଦେଇଛନ୍ତି ଦିଲ୍ଲୀ ପୁଲିସ। ଏଣିକି ରାଜଧାନୀରେ ଆନ୍ଦୋଳନ ଓ ଧାରଣା ପାଇଁ ରାମଲୀଳା ମୈଦାନ, ଉତ୍ତର ଦିଲ୍ଲୀର ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ଶାହଦରାସ୍ଥିତ ସିବିଡି ଗ୍ରାଉଣ୍ଡକୁ ନିର୍ଦ୍ଧାରିତ ସ୍ଥାନ ଭାବେ ଚିହ୍ନଟ କରାଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍‌ ଦେଇଛନ୍ତି ଦିଲ୍ଲୀ ପୁଲିସ। ଏଣିକି ରାଜଧାନୀରେଆନ୍ଦୋଳନ ଓ ଧାରଣା ପାଇଁ ରାମଲୀଳା ମୈଦାନ, ଉତ୍ତର ଦିଲ୍ଲୀର ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ଶାହଦରାସ୍ଥିତ ସିବିଡି ଗ୍ରାଉଣ୍ଡକୁ ନିର୍ଦ୍ଧାରିତ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠନ କରିଥିବା ଏକ କମିଟିର ସୁପାରିସ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ପୁଲିସ କମିସନରଅନୁରାଗ କୁମାର ଅକ୍ଟୋବର ୧୧ରେ ଜାରି କରିଥିବା ଆଦେଶରେ ଏହି ସଂଶୋଧନ କରାଯାଇଛି। ଏହା ୨୮ ଏପ୍ରିଲ ୨୦୨୨ରେ ଜାରି ହୋଇଥିବା ପୂର୍ବ ଆଦେଶର ଆଂଶିକ ସଂଶୋଧନ। ନୂଆ ସ୍ଥାନଗୁଡ଼ିକରେ ପ୍ରତିବାଦ ଆୟୋଜନ ପାଇଁ ସ୍ୱତନ୍ତ୍ର ମାନକ ପରିଚାଳନା ପଦ୍ଧତି (ଏସ୍‌ଓପି) ପରେ ଜାରି କରାଯିବ ବୋଲି ପୁଲିସ କହିଛି। ଦୀର୍ଘ ବର୍ଷ ଧରି ଯନ୍ତରମନ୍ତର ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ର ରହିଆସିଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button