ରାଜ୍ୟ

Odisha-50 Event in Jajpur ଯାଜପୁରରେ ଓଡ଼ିଶା-୫୦: ‘ମହିଳାଙ୍କ ବିକାଶରେ ବିକଶିତ ଭାରତ ସମ୍ଭବ’

ଯାଜପୁରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ମହିଳାଙ୍କ ଶିକ୍ଷା, ଆର୍ଥିକ ସ୍ୱାବଲମ୍ବନ ଓ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଯାଜପୁରରେ ୩୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ୩ ଲକ୍ଷରୁ ଅଧିକ ମହିଳା ସଂଗଠିତ ହୋଇଛନ୍ତି ଏବଂ ୨୦୨୫-୨୬ରେ ଗୋଷ୍ଠୀଗୁଡ଼ିକୁ ୧,୦୯୨ କୋଟି ଟଙ୍କା ଋଣ ଦିଆଯାଇଛି।

ଯାଜପୁର (ମନୋଜ ରାଉଳ): ଉତ୍କଳୀୟ ସଂସ୍କୃତିରେ ନାରୀମାନଙ୍କ ଭୂମିକା ସବୁବେଳେ ଉଚ୍ଚରେ ଥିଲା। ୬ ରାଣୀ ରାଜ୍ୟ ଶାସନ କରିବାର ଇତିହାସ ମଧ୍ୟ ରହିଛି। ଏବେ ମହିଳାମାନେ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁ ଆଗକୁ ଗଲେଣି। ମହିଳାମାନଙ୍କ ବିକାଶ ହେଲେ ବିକଶିତ ଭାରତ ଗଠନ ସମ୍ଭବ ହେବ ବୋଲି ଯାଜପୁରରୋଡ ବ୍ୟାସଦେବ ଟାଉନ ହଲ୍‌ରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡ ରବୀନ୍ଦ୍ର ନାରାୟଣ ବେହେରା ମତବ୍ୟକ୍ତ କରିଛନ୍ତି।

ସାଂସଦ ବେହେରା ନିଜ ବକ୍ତବ୍ୟରେ କହିଛନ୍ତି, ଯେତେବେଳେ ଆମେ ଜିଡିପି କଥା କହୁଛୁ, ମହିଳାଙ୍କ ଯୋଗଦାନକୁ ହିସାବକୁ ନେଉନାହୁଁ। ଅନ୍ୟ ଦେଶମାନେ ମହିଳାଙ୍କ ଯୋଗଦାନକୁ ହିସାବକୁ ନେଉଛନ୍ତି। ଆମ ଦେଶରେ ମହିଳାମାନେ ଅନେକ କାମ କରୁଛନ୍ତି। ପରିବାର ଦାୟିତ୍ବ ନେବାଠାରୁ ଆରମ୍ଭ କରି ଘରେ ରହି ଅନେକ ଛୋଟଛୋଟ ଉତ୍ପାଦ ତିଆରି କରୁଛନ୍ତି। କିନ୍ତୁ ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କ ଯୋଗଦାନକୁ ହିସାବକୁ ନିଆଯାଉଛି, ଘରେ ରହି କାମ କରୁଥିବା ମହିଳାଙ୍କ କଥା ବିଚାରକୁ ନିଆଯାଉ ନାହିଁ। ଯଦି ସେମାନଙ୍କ ଯୋଗଦାନକୁ ହିସାବକୁ ନିଆଯାଏ ଆମେରିକାର ଜିଡିପି ସହିତ ଭାରତର ଜିଡିପି ସମାନ ହୋଇଯିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button