ଦେଶ ବିଦେଶ

Congress: ‘ସିଜେଆଇ ସୂର୍ଯ୍ୟକାନ୍ତ ଇସ୍ତଫା ଦିଅ: ଆମେ ବିକଳ୍ପ ଖୋଜିଦେବୁ’

କଂଗ୍ରେସ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଇସ୍ତଫା ଦାବି କରିଛି। ଯଦି ଆଇନ କାନୁନ ବ୍ୟବସ୍ଥା ସମ୍ଭାଳିବା ତାଙ୍କ ଦାୟିତ୍ବ ନୁହେଁ, ତେବେ ସେ ଇସ୍ତଫା ଦେଇଦିଅନ୍ତୁ ବୋଲି କେରଳ କଂଗ୍ରେସ ଦାବି କରିଛି।

ନୂଆଦିଲ୍ଲୀ: କଂଗ୍ରେସ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଇସ୍ତଫା ଦାବି କରିଛି। ଯଦି ଆଇନ କାନୁନ ବ୍ୟବସ୍ଥା ସମ୍ଭାଳିବା ତାଙ୍କ ଦାୟିତ୍ବ ନୁହେଁ, ତେବେ ସେ ଇସ୍ତଫା ଦେଇଦିଅନ୍ତୁ ବୋଲି କେରଳ କଂଗ୍ରେସ ଦାବି କରିଛି। ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ଖୋଜା ଯିବ ଯିଏ କି ଆଇନ କାନୁନ ସମ୍ଭାଳି ପାରିବ ବୋଲି କହିଛି। ସୂଚନାଯୋଗ୍ୟ, ସିଜେଆଇ ନିକଟରେ କହିଥିଲେ ଯେ, ଦିଲ୍ଲୀରେ ବର୍ତ୍ତମାନର ବିରୋଧ ପ୍ରଦର୍ଶନ ଯୋଗୁ ଦେଖାଯାଇଥିବା ସ୍ଥିତି ତାଙ୍କ ଅଧିକାର କ୍ଷେତ୍ରରେ ଆସୁନାହିଁ। ଏହା ଆଇନ କାନୁନ ପ୍ରସଙ୍ଗ। ନ୍ୟୁଜ ଏଜେନ୍ସି ପିଟିଆଇ ଏହି ଖବରକୁ ନେଇ ଏକ ପୋଷ୍ଟ କରିଥିଲା।

ସେହି ପୋଷ୍ଟକୁ ସେୟାର କରି କେରଳ କଂଗ୍ରେସ ସିଜେଆଇଙ୍କ ଇସ୍ତଫା ଦାବି କରିଛି।କେନ୍ଦ୍ର ମନ୍ତ୍ରୀ କିରେନ୍‌ ରିଜିଜୁ କେରଳ କଂଗ୍ରେସର ସାମାଜିକ ଗଣମାଧ୍ୟମ ପୋଷ୍ଟର କଡ଼ା ଜବାବ ଦେଇଛନ୍ତି। ରିଜିଜୁ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ଆଗାମୀ ଟା‌ର୍ଗେଟ ନ୍ୟାୟପାଳିକା। ରିଜିଜୁ ସାମାଜିକ ଗଣମାଧ୍ୟମରେ କେରଳ କଂଗ୍ରେସର ପୋଷ୍ଟ ଉପରେ କହିଛନ୍ତି, କଂଗ୍ରେସ ଭାରତର ସମସ୍ତ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ସଂସ୍ଥାକୁ ଶେଷ କରିବାକୁ ଚାହୁଁଛି। ସେ ଆହୁରି ଲେଖିଛନ୍ତି, ସମସ୍ତ ଭାରତ ବିରୋଧୀ ତତ୍ତ୍ବ ପରସ୍ପର ସହିତ ହାତ ମିଳାଇଛନ୍ତି। ସେମାନଙ୍କ ମୁକାବିଲା କରିବାକୁ ସମସ୍ତ ଦେଶଭକ୍ତ ଭାରତୀୟ ଏକଜୁଟ ହୋଇ ସାମ୍‌ନାକୁ ଆସିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button