ଦେଶ ବିଦେଶ

Government Health Helpline: ମାଗଣା ଚିକିତ୍ସା ଓ ଶସ୍ତା ଔଷଧ ପାଇଁ ସାହାଯ୍ୟରେ ଆସିବ ୨ଟି ହେଲ୍ପଲାଇନ୍‌ ନମ୍ବର

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏୱାଇ) ସମ୍ପର୍କିତ ସୂଚନା ପାଇଁ ୧୪୫୫୫ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଓ ଚିକିତ୍ସା ପରାମର୍ଶ ପାଇଁ ୧୦୪ ହେଲ୍ପଲାଇନ୍‌ ମଧ୍ୟ ଉପଲବ୍ଧ ରହିଛି।

ଚିକିତ୍ସା ସମ୍ପର୍କିତ ସୂଚନା ଜାଣିବାକୁ ଚାହୁଁଛନ୍ତି କିମ୍ବା ସରକାରୀ ସ୍ୱାସ୍ଥ୍ୟ ସେବାର ଲାଭ ନେବାରେ କୌଣସି ସମସ୍ୟା ହେଉଛି? ତେବେ କିଛି ହେଲ୍ପଲାଇନ୍‌ ନମ୍ବର ଆପଣଙ୍କ କାମରେ ଆସିପାରେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏୱାଇ) ସମ୍ପର୍କିତ ସୂଚନା ପାଇଁ ୧୪୫୫୫ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଓ ଚିକିତ୍ସା ପରାମର୍ଶ ପାଇଁ ୧୦୪ ହେଲ୍ପଲାଇନ୍‌ମଧ୍ୟ ଉପଲବ୍ଧ ରହିଛି। ତେବେ ଏହି ସେବାର ଉପଲବ୍ଧତା ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ।

୧୪୫୫୫ ନମ୍ବରରେ ମିଳିବ ଆୟୁଷ୍ମାନ ଯୋଜନା ସମ୍ପର୍କିତ ସୂଚନା

୧୪୫୫୫ ହେଉଛି ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଜାତୀୟ ଟୋଲ୍‌-ଫ୍ରି ହେଲ୍ପଲାଇନ୍‌ ନମ୍ବର। ଏହା ମାଧ୍ୟମରେ ଆୟୁଷ୍ମାନ ଯୋଜନା ସମ୍ପର୍କିତ ଆବଶ୍ୟକ ସୂଚନା ମିଳିପାରିବ। ଆପଣ କିମ୍ବା ଆପଣଙ୍କ ପରିବାରର ସଦସ୍ୟ ଏହି ଯୋଜନାରେ ଚିକିତ୍ସା ପାଇଁ ଯୋଗ୍ୟ କି ନୁହନ୍ତି, ତାହା ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଯୋଗ୍ୟ ପରିବାରଗୁଡ଼ିକୁ ଏହି ଯୋଜନା ଅଧୀନରେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କଭରେଜ୍‌ମିଳିଥାଏ।

ନିକଟସ୍ଥ ହସ୍ପିଟାଲ ସମ୍ପର୍କରେ ମିଳିବ ସୂଚନା

ଆୟୁଷ୍ମାନ ଯୋଜନାରେ ଚିକିତ୍ସା କରାଇବା ପାଇଁ କେଉଁ ହସ୍ପିଟାଲକୁ ଯିବେ, ସେ ସମ୍ପର୍କରେ ମଧ୍ୟ ୧୪୫୫୫ ନମ୍ବରରୁ ସୂଚନା ମିଳିପାରିବ। ଏହି ନମ୍ବରରେ ଫୋନ୍‌ କରି ଯୋଜନାରେ ସାମିଲ ଥିବା ନିକଟସ୍ଥ ସରକାରୀ କିମ୍ବା ଘରୋଇ ହସ୍ପିଟାଲ ବିଷୟରେ ଜାଣିହେବ। ଆୟୁଷ୍ମାନ କାର୍ଡକେଉଁଠି ବ୍ୟବହାର କରିହେବ କିମ୍ବା ଆପଣଙ୍କ ଅଞ୍ଚଳର କେଉଁ ହସ୍ପିଟାଲରେ ଏହି ଯୋଜନାରେ ନଗଦବିହୀନ ଚିକିତ୍ସା ସୁବିଧା ମିଳୁଛି, ସେ ସମ୍ପର୍କରେ ହେଲ୍ପଲାଇନ୍‌ରୁ ସୂଚନା ନେଇପାରିବେ।

ଆୟୁଷ୍ମାନ କାର୍ଡରେ ସମସ୍ୟା ହେଲେ କରନ୍ତୁ ଫୋନ୍‌

ଆୟୁଷ୍ମାନ କାର୍ଡ ତିଆରି କରିବା, ଡାଉନଲୋଡ୍‌ କରିବା କିମ୍ବା କାର୍ଡ ବ୍ୟବହାରରେ କୌଣସି ସମସ୍ୟା ହେଲେ ୧୪୫୫୫ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ। ଯଦି କୌଣସି ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ଦେବାକୁ ମନା କରୁଛି କିମ୍ବା ରୋଗୀଙ୍କଠାରୁ ନଗଦ ଟଙ୍କା ଦାବି କରୁଛି, ତେବେ ଏହି ହେଲ୍ପଲାଇନ୍‌ ମାଧ୍ୟମରେ ଅଭିଯୋଗ ମଧ୍ୟ ଦାଖଲ କରିପାରିବେ।

ବିକଳ୍ପ ହେଲ୍ପଲାଇନ୍‌ ନମ୍ବର ୧୮୦୦-୧୧୧-୫୬୫

ଯଦି ୧୪୫୫୫ ନମ୍ବରରେ ଯୋଗାଯୋଗ ହୋଇପାରୁନାହିଁ, ତେବେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କିତ ସହାୟତା ପାଇଁ ୧୮୦୦-୧୧୧-୫୬୫ନମ୍ବରରେ ମଧ୍ୟ ଫୋନ୍‌ କରିପାରିବେ। ଏହା ବିକଳ୍ପ ଟୋଲ୍‌-ଫ୍ରି ନମ୍ବର ଭାବେ ଦିଆଯାଇଛି। ଏହା ସହିତ ଆୟୁଷ୍ମାନ ଯୋଜନାର ଅଫିସିଆଲ୍‌ ହିତାଧିକାରୀ ପୋର୍ଟାଲ୍‌ରୁ ମଧ୍ୟ ସୂଚନା ମିଳିପାରିବ।

୧୦୪ ହେଲ୍ପଲାଇନ୍‌ରେ ମିଳିବ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ

ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଓ ଚିକିତ୍ସା ପରାମର୍ଶ ପାଇଁ ୧୦୪ ହେଲ୍ପଲାଇନ୍‌ ବ୍ୟବହାର କରାଯାଏ। ଏହି ସେବା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ସହ ଜଡ଼ିତ ହୋଇପାରେ। ୧୦୪ ନମ୍ବର ମାଧ୍ୟମରେ ସାଧାରଣ ଲୋକେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ଚିକିତ୍ସା ପରାମର୍ଶ ଓ ଆବଶ୍ୟକ ମାର୍ଗଦର୍ଶନ ପାଇପାରିବେ। କେତେକ ରାଜ୍ୟରେ ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହୁଥିବା ବେଳେ ଅନ୍ୟ ରାଜ୍ୟରେ ସେବା ଓ ସମୟ ଭିନ୍ନ ହୋଇପାରେ। ତେଣୁ ନିଜ ରାଜ୍ୟରେ ଏହି ସେବା ଉପଲବ୍ଧ ଅଛି କି ନାହିଁ, ତାହା ପ୍ରଥମେ ନିଶ୍ଚିତ କରନ୍ତୁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button