ରାଜ୍ୟ

Cricket: ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ପ୍ରସ୍ତାବିତ ଟି୨୦ ଶୃଙ୍ଖଳାର ସୂଚୀ ଘୋଷଣା କରିଛି। ମାତ୍ର ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଏହି ସୂଚୀରେ ପରିବର୍ତ୍ତନ ନେଇ ବିଚାର...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବୁଧବାର ଆଫଗାନିସ୍ତାନ ବିପକ୍ଷରେ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ପ୍ରସ୍ତାବିତ ଟି୨୦ ଶୃଙ୍ଖଳାର ସୂଚୀ ଘୋଷଣା କରିଛି। ମାତ୍ର ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ଏହି ସୂଚୀରେ ପରିବର୍ତ୍ତନ ନେଇ ବିଚାର କରୁଛି। ଏହାର ପଛର କାରଣ ଭାରତୀୟ ପ୍ରଶଂସକଙ୍କର ହୃଦୟ ଜିତିବ। ଏହା ବ୍ୟତୀତ ଶୃଙ୍ଖଳା ସହିତ ଅନ୍ୟ ଏକ ଖବର ମଧ୍ୟ ଆସିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରସାରଣ ଅଧିକାର ସୋନି ସ୍ପୋର୍ଟସ ନେଟୱର୍କକୁ ହାସଲ ହୋଇଛି।

ପୂର୍ବରୁ ଏହି ଶୃଙ୍ଖଳାର ପ୍ରସାରଣ ଦାୟିତ୍ବ ଆଇଟିଡବ୍ଲ୍ୟୁ ୟୁନିଭର୍ସ ପାଖରେ ଗ୍ଲୋବାଲ ରାଇଟ୍‌ସ ଥିଲା। କିନ୍ତୁ ଅନ୍ୟ କମ୍ପାନି ଜିଓହଟ୍‌ଷ୍ଟାର ଏବଂ ଜିୟୁନିଟ୍‌୮ ସହିତ ଆଲୋଚନା ପରେ ସୋନି ସ୍ପୋଟ୍‌ର୍ସକୁ ଅଧିକାର ହସ୍ତାନ୍ତର କରିଛି। କ୍ରିକ୍‌ବଜ୍‌ ଆଇଟିଡବ୍ଲ୍ୟୁ ୟୁନିଭର୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମାଧ୍ୟମରେ କହିଛି ଯେ, ମ୍ୟାଚ୍‌ର ଡିଜିଟାଲ ଅଧିକାରୀ ଫ୍ୟାନ୍‌କୋଡ ପାଖରେ ଅଛି।

ସୂଚନାଯୋଗ୍ୟ, ଏହି ଶୃଙ୍ଖଳାର ଆୟୋଜକ ହେଉଛି ଆଫଗାନିସ୍ତାନ। କିନ୍ତୁ ୩ଟି ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ। ବୁଧବାର ଜାରି ସୂଚୀ ଅନୁସାରେ ପ୍ରଥମ ମ୍ୟାଚ୍‌‌ ସେପ୍ଟେମ୍ବର ୧୩, ଦ୍ବିତୀୟ ମ୍ୟାଚ୍‌ ସେପ୍ଟେମ୍ବର ୧୫ ଏବଂ ତୃତୀୟ ମ୍ୟାଚ୍‌ ସେପ୍ଟେମ୍ବର ୧୭ରେ ଆୟୋଜନ ହେବ। ଏହାରି ମଧ୍ୟରେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନସିବ ଖାନ୍‌ ସୂଚୀରେ ପରିବର୍ତ୍ତନ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ, ଆଇଟିଡବ୍ଲ୍ୟୁର ପ୍ରତିଷ୍ଠାତା ଭେରବ ଶାନ୍ତ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ସିଇଓ ନସିବ ଖାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଏହି ଶୃଙ୍ଖଳାର ସଫଳତାରେ ମିଡିଆ ଅଧିକାର ଏବଂ ପ୍ରଡକ୍‌ଶନ ପାର୍ଟନର ଭାବେ ଆଇଟିଡବ୍ଲ୍ୟୁ ୟୁନିଭର୍ସ ଏସିବି ଅନୁରୋଧ କରୁଛି ଯେ, ସୂଚୀରେ ଏକ ପରିବର୍ତ୍ତନ କରିବା ନେଇ ବିଚାର କରାଯାଉ। ତିନି ମ୍ୟାଚ୍‌ର ଶୃଙ୍ଖଳାର ଗୋଟିଏ ମୁକାବିଲା ସେପ୍ଟେମ୍ବର ୧୪ ଅର୍ଥାତ ଗଣେଶ ଚତୁର୍ଥୀ ହୋଇପାରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button