Earth Again Conference 2026: ‘ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ କଥା ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି
ଆମେ ୨୪ ପ୍ରତିଶତ ଇଣ୍ଡଷ୍ଟ୍ରିଆଲ୍ ୟୁଜ୍ କରୁଛୁ ଏବଂ ଇଣ୍ଡଷ୍ଟ୍ରିଆଲ୍ କଞ୍ଜମ୍ପସସନ୍ ଇଣ୍ଡିଆ ତୃତୀୟ ସର୍ବୋଚ୍ଚ ପୋଜିସନ୍ରେ ଅଛି। କିନ୍ତୁ ଯେତେବେଳେ ଆମେ ଟେକ୍ନୋଲୋଜି ୱାଇଜ୍ ଏନର୍ଜି ଟ୍ରାଞ୍ଜିସନ୍ କଥା ଚିନ୍ତା କରୁଛୁ, ସେତେବେଳେ ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ...

ଭୁବନେଶ୍ବର: ଆମେ ୨୪ ପ୍ରତିଶତ ଇଣ୍ଡଷ୍ଟ୍ରିଆଲ୍ ୟୁଜ୍ କରୁଛୁ ଏବଂ ଇଣ୍ଡଷ୍ଟ୍ରିଆଲ୍ କଞ୍ଜମ୍ପସସନ୍ ଇଣ୍ଡିଆ ତୃତୀୟ ସର୍ବୋଚ୍ଚ ପୋଜିସନ୍ରେ ଅଛି। କିନ୍ତୁ ଯେତେବେଳେ ଆମେ ଟେକ୍ନୋଲୋଜି ୱାଇଜ୍ ଏନର୍ଜି ଟ୍ରାଞ୍ଜିସନ୍ କଥା ଚିନ୍ତା କରୁଛୁ, ସେତେବେଳେ ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ କଥା ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଏହି ପ୍ରସଙ୍ଗରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଏନର୍ଜି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ସାରଦା ପ୍ରସନ୍ନ ଦାସ ଶନିବାର ଦିନ ଏହା କହିଛନ୍ତି।
ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ହଲ୍ରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଯୋଗ ଦେଇ ଶ୍ରୀ ଦାସ କହିଛନ୍ତି, CCUS ଏକ ନୂତନ ପ୍ରଯୁକ୍ତିବିଦ୍ୟା ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ରହିଛି। ଓଡ଼ିଶାର କେଉଁ ସେକ୍ଟରରେ ଏହା ଫଳପ୍ରଦ ହେବ ଏବଂ କେତେ ପରିମାଣରେ ବ୍ୟବହାର କରାଯାଇପାରିବ, ସେନେଇ ଏକ ଗଭୀର ଅଧ୍ୟୟନ ଆବଶ୍ୟକ। ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପୂର୍ବରୁ ସେକ୍ଟର-ୱାଇଜ୍ ବିଶ୍ଳେଷଣ କରିବା ନେଇ ଗୁରୁତ୍ୱ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




