ରାଜ୍ୟ
Akshay Kumar: ଧାରଣାସ୍ଥଳରୁ ଅକ୍ଷୟ କୁମାରଙ୍କୁ ଉଠାଇ ନେଲା ପୁଲିସ
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଅନଶନରେ ବସିଥିବା ନବନିର୍ମାଣ କୃଷକ ସଙ୍ଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କୁ ଆଜି ସନ୍ଧ୍ୟାରେ ପୁଲିସ ଉଠାଇ ନେଇଛି। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଆଳ କରି ତାଙ୍କ ଅନଶନ ଭଣ୍ଡୁର କରିବା ପାଇଁ ପୁଲିସ...

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଅନଶନରେ ବସିଥିବା ନବନିର୍ମାଣ କୃଷକ ସଙ୍ଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କୁ ଆଜି ସନ୍ଧ୍ୟାରେ ପୁଲିସ ଉଠାଇ ନେଇଛି। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଆଳ କରି ତାଙ୍କ ଅନଶନ ଭଣ୍ଡୁର କରିବା ପାଇଁ ପୁଲିସ ଏହି ପଦକ୍ଷେପ ନେଇଥିବା ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଗତ ଅଗଷ୍ଟ ୨୦ରୁ ସଙ୍ଗଠନର ରାଜ୍ୟ ସଂପାଦକ ମନଵର ଅଲ୍ଲୀ ଧାରଣା ବସିଥିଲେ। ପରେ ଅକ୍ଷୟ କୁମାର ଧାରଣା ବସିଥିଲେ। ଏହି ୪୪ଦିନରେ ସରକାରଙ୍କ ପକ୍ଷରୁ କେହି ଆଲୋଚନାକୁ ଆସିଲେ ନାହିଁ।
ସୌଜନ୍ୟ ସମ୍ବାଦ




