ଦେଶ ବିଦେଶ

Earthquake: ମହାରାଷ୍ଟ୍ରର ହିଙ୍ଗୋଳିରେ ୨.୫ ତୀବ୍ରତା ଭୂମିକମ୍ପ

ମହାରାଷ୍ଟ୍ରର ହିଙ୍ଗୋଳି ଜିଲ୍ଲାରେ ରବିବାର ଅପରାହ୍ଣରେ ୨.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଥର ଭୂମିକମ୍ପ ଅନୁଭୂତ ହେବାପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ।

ମୁମ୍ବାଇ: ମହାରାଷ୍ଟ୍ରର ହିଙ୍ଗୋଳି ଜିଲ୍ଲାରେ ରବିବାର ଅପରାହ୍ଣରେ ୨.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଥର ଭୂମିକମ୍ପ ଅନୁଭୂତ ହେବାପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ।

ଉପଖଣ୍ଡ ଅଧିକାରୀ ବିକାଶ ମାନେ କହିଛନ୍ତି ଯେ, ଶେଷଥର ପାଇଁ ଭୂମିକମ୍ପ ରବିବାର ଅପରାହ୍ଣ ୧ଟା ୩୧ ମିନିଟ୍ ସମୟରେ ରେକର୍ଡ କରାଯାଇଥିଲା, ଏହାର କେନ୍ଦ୍ରସ୍ଥଳ ଔନ୍ଧା ନାଗନାଥ ତହସିଲର ସିଦ୍ଧେଶ୍ୱର ଓ ଦୁଧାଲା ଗାଁ ମଧ୍ୟରେ ଥିଲା। ଅଧିକାରୀ ସୂଚନା ଦେଇଛନ୍ତି ଯେ, ଏହି ଅଞ୍ଚଳରୁ କୌଣସି ଜୀବନହାନି କିମ୍ବା ସମ୍ପତ୍ତିର କ୍ଷତି ହୋଇଥିବାର ରିପୋର୍ଟ ନାହିଁ। ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବାବେଳେ ବାସିନ୍ଦାଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଶନିବାର ସକାଳେ ଦୁଇଟି ମୃଦୁ ଭୂମିକମ୍ପ ଜିଲ୍ଲାକୁ ଥରାଇ ଦେଇଥିଲା ବୋଲି ଅନ୍ୟ ଜଣେ ଅଧିକାରୀ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ, ସକାଳ ପ୍ରାୟ ୭ଟା ୪୬ ସମୟରେ ୩.୩ ତୀବ୍ରତାର ଏକ ଭୂମିକମ୍ପ ଓ ଏକ ଗର୍ଜନ ଶବ୍ଦ ପ୍ରଥମେ ରେକର୍ଡ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଔନ୍ଧା ନାଗନାଥ ତହସିଲର ଗାଧଲା ଗାଁରେ ଥିଲା। ଏହାର ଦୁଇ ଘଣ୍ଟା ପରେ ୪.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିଲା। ଅକ୍ଟୋବର ୧ ତାରିଖରେ ସଂଲଗ୍ନ ପାଙ୍ଗରା ସିନ୍ଦେ ଗାଁରେ ମଧ୍ୟ ଭୂକମ୍ପ ହୋଇଥିଲା। ଗତ ଛଅବର୍ଷ ହେଲା ଏହି ଅଞ୍ଚଳରେ ମଝିରେ ମଝିରେ ଭୂମିକମ୍ପ ଅନୁଭୂତ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button