ବାଣିଜ୍ୟ

‘Sambad’ Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ପରିଚୟର ଅସଲିପଣ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ମାନ୍ୟତା

ଯେତେବେଳେ ଏକ ବଡ଼ ମଞ୍ଚରେ ଓଡ଼ିଶାରୁ ଜନ୍ମ ହୋଇଥିବା ବ୍ରାଣ୍ଡ୍‌କୁ ଉପସ୍ଥାପନ କରାଯାଏ ତାହା ରାଜ୍ୟରେ ବଢ଼ୁଥିବା ନବସୃଜନ, ଉଦ୍ୟମିତା ଓ ଶିଳ୍ପ ଦକ୍ଷତାକୁ ସାମ୍ନାକୁ ଆଣିଥାଏ ବୋଲି ‘ବନ୍‌ଭି ଏରୋ’ର ସହ ପ୍ରତିଷ୍ଠାତା ଓ ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି।

ଭୁବନେଶ୍ବର: ଯେତେବେଳେ ଏକ ବଡ଼ ମଞ୍ଚରେ ଓଡ଼ିଶାରୁ ଜନ୍ମ ହୋଇଥିବା ବ୍ରାଣ୍ଡ୍‌କୁ ଉପସ୍ଥାପନ କରାଯାଏ ତାହା ରାଜ୍ୟରେ ବଢ଼ୁଥିବା ନବସୃଜନ, ଉଦ୍ୟମିତା ଓ ଶିଳ୍ପ ଦକ୍ଷତାକୁ ସାମ୍ନାକୁ ଆଣିଥାଏ ବୋଲି ‘ବନ୍‌ଭି ଏରୋ’ର ସହ ପ୍ରତିଷ୍ଠାତା ଓ ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି। ରାଜ୍ୟରେ ଗଢ଼ିଉଠିଥିବା କୌଣସି ବ୍ରାଣ୍ଡ୍‌ର ଦୃଶ୍ୟମାନତା ବଢ଼ିଲେ ତାହା ନିବେଶକ, ଗ୍ରାହକ ଓ ସମସ୍ତ ଅଂଶୀଦାରଙ୍କ ବିଶ୍ବାସ ବଢ଼ାଇଥାଏ। ସ୍ଥାନୀୟ ପ୍ରତିଭାଙ୍କ ମଧ୍ୟରେ ଉଦ୍ୟମିତାକୁ ଗ୍ରହଣ କରିବାର ସାହସ ଦେଇଥାଏ ବୋଲି ସେ କହିଛନ୍ତି। ଯେତେବେଳେ କୌଣସି ସଂସ୍ଥାକୁ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ଭାବେ ମାନ୍ୟତା ଦିଆଯାଏ ତାହା ଆମ ପରିଚୟର ଅସଲିପଣ ଓ ବିଶ୍ବସନୀୟତାକୁ ଦର୍ଶାଏ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଏହା ଜଣାଏ ଯେ ସଂସ୍ଥା ସ୍ଥାନୀୟ ଇଞ୍ଜିନିୟରିଂ ପ୍ରତିଭା, ବିନିର୍ମାଣ ଦକ୍ଷତା ଓ ନୈତିକ ବ୍ୟବସାୟ ଅଭ୍ୟାସକୁ ବ୍ୟବହାର କରି ଶିଳ୍ପର ବ୍ୟାପକ ମାନକକୁ ପୂରଣ କରୁଛି। ଏହା କୌଣସି ନିର୍ଦ୍ଦିଷ୍ଟ ଉତ୍ପାଦ କିମ୍ବା ସେବାକୁ ନୁହେଁ, ବରଂ ଓଡ଼ିଶାରୁ ଗଢ଼ିଉଠିଥିବା ନବସୃଜନର ବ୍ୟବସ୍ଥାକୁ ଦର୍ଶାଇଥାଏ ବୋଲି ସେ କହିଛନ୍ତି। ନିଜ ସଂସ୍ଥାର ଦୃଶ୍ୟମାନତା ବଢ଼ାଇବା ଲାଗି ନିରନ୍ତର ପ୍ରଦର୍ଶନ, ବିଶ୍ବସନୀୟ ସହଯୋଗିତା ଓ ନେତୃତ୍ବ ଉପରେ ଧ୍ୟାନ ଦିଆଯାଉଛି। ଶିଳ୍ପ ମଞ୍ଚ, ପ୍ରତିରକ୍ଷା ଓ ପ୍ରଯୁକ୍ତି ଅଂଶୀଦାର, ଶିକ୍ଷାନୁଷ୍ଠାନ ଓ ନୀତି ସମ୍ପର୍କିତ ଆଲୋଚନା ସହ କମ୍ପାନି ଯୋଡ଼ିହୋଇ ବାସ୍ତବ ପ୍ରଭାବ ସୃଷ୍ଟି କରିବାକୁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button