ଦେଶ ବିଦେଶ
Everest Cumin Powder: ଏଭରେଷ୍ଟର ଜିରା ପାଉଡର୍ ଅସୁରକ୍ଷିତ: ଏଫ୍ଏସ୍ଏସ୍ଏଆଇ
ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ମସଲା କମ୍ପାନି ଏଭରେଷ୍ଟର ଜିରା ପାଉଡର୍ର କିଛି ପ୍ୟାକେଟ୍କୁ ପରୀକ୍ଷା...

ନୂଆଦିଲ୍ଲୀ: ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ମସଲା କମ୍ପାନି ଏଭରେଷ୍ଟର ଜିରା ପାଉଡର୍ର କିଛି ପ୍ୟାକେଟ୍କୁ ପରୀକ୍ଷା କରିବା ପରେ ତାହା ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି କହିଛି। ସେହି ପ୍ୟାକେଟ୍ର ବ୍ୟାଚ୍କୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିବାକୁ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। ଫେରାଇ ଅଣାଯାଇଥିବା ଉତ୍ପାଦର ସବିଶେଷ ବିବରଣୀ ଦାଖଲ କରିବାକୁ କମ୍ପାନିକୁ କୁହାଯାଇଛି। ଗୋଆର ରିଭରସାଇଡ୍ ରିସୋର୍ଟସ୍ ଆଣ୍ଡ୍ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ରୁ ସେହି ନମୁନାଗୁଡ଼ିକୁ ସଂଗ୍ରହ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




