ଦେଶ ବିଦେଶ
Road Accident: ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ଦୁର୍ଘଟଣା: ନେପାଳର ୨ନାଗରିକ ମୃତ, ୨୦ ଆହତ
ଉତ୍ତରପ୍ରଦେଶର ଆମରୋହା ଜିଲ୍ଲା ଗଜରୌଲାରେ ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଯାଉଥିବା ଏକ ପର୍ଯ୍ୟଟକ ବସ୍ ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।

ଆମରୋହା: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲା ଗଜରୌଲାରେ ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଯାଉଥିବା ଏକ ପର୍ଯ୍ୟଟକ ବସ୍ ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେବାରୁ ଦୁଇ ଜଣ ନେପାଳର ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଗଜରୌଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଅଭିମୁଖେ ଯାଉଥିବା ପର୍ଯ୍ୟଟକ ବସ୍ଟି ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ସହ ଧକ୍କା ହୋଇଥିଲା।
ସୌଜନ୍ୟ ସମ୍ବାଦ




